ଓଡିଶା

odisha

ETV Bharat / city

ମଦୁଆଙ୍କୁ କାଳ ମୋଟର ଆଇନ, ଦିନକରେ ବନ୍ଧା ହେଲେ 160ଚାଳକ - ଆଇନ ଉଲ୍ଲଙ୍ଘନକାରୀ

ଗୋଟିଏ ଦିନରେ ଗିରଫ ହେଲେ 160 ମଦ୍ୟପ ଡ୍ରାଇଭର । ମଦୁଆ ଚାଳକଙ୍କ ଉପରେ ଦାଉ ସାଧିଛି ମୋଟରଯାନ ଆଇନ । ଏଯାଏଁ ଗିରଫ ଚାଳକଙ୍କ ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ଗିରଫ ହୋଇଥିବା ଜଣାପଡ଼ିଛି ।

ଫାଇଲ୍ ଫଟୋ

By

Published : Sep 18, 2019, 6:22 PM IST

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁପରେ କଡ଼ାକଡ଼ି ହୋଇଛି ନିୟମ ଓ ଧରପଗଡ । ଘନଘନ ଚାଲିଛି ଯାଞ୍ଚ । ଆଇନ ଉଲ୍ଲଙ୍ଘନକାରୀ ଗଣୁଛନ୍ତି ବଡ଼ ଆକାରର ତଣ୍ଡ । ବିଶେଷକରି ମଦୁଆଙ୍କ ଉପରେ ଭାରି ପଡ଼ିଛି ଏହି ଆଇନ । ଏପଟେ ଗୋଟିଏ ଦିନରେ 160 ମଦୁଆଙ୍କୁ ବାନ୍ଧିଛି ରାଜ୍ୟ ପୋଲିସ ।

ମଙ୍ଗଳବାର ଦିନ ରାଜ୍ଯର ବିଭିନ୍ନ ଜିଲ୍ଲାରେ ଚେକିଂ ଚାଲିଥିଲାବେଳେ ଧରାପଡି ଗିରଫ ହୋଇଛନ୍ତି 160 ମଦ୍ଯପ ଡ୍ରାଇଭର। ତେବେ ଗଞ୍ଜାମ ଜିଲ୍ଲାରୁ ଗିରଫ ହୋଇଛନ୍ତି ସର୍ବାଧିକ ୨୩ଜଣ ମଦ୍ୟପ ଗାଡ଼ି ଚାଳକ। ଦ୍ବିତୀୟରେ ସମ୍ବଲପୁରରେ ଅଛନ୍ତି ୧୮ ଜଣ ଓ ଜଗତସିଂହପୁର ଜିଲ୍ଲାରେ ଅଛନ୍ତି ୧୭ ଜଣ ।

ତେବେ ଏହାକୁ ହିସାବ କରିବାକୁ ଗଲେ ମୋଟ ଦୁଇ ସପ୍ତାହରେ ବନ୍ଧା ହେଲେଣି ୨ ହଜାର ଡ଼୍ରାଇଭର । ସମସ୍ତେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଯାହା ପୋଲିସ ମୁଖ୍ଯାଳୟରୁ ସୂଚନା ମିଳିଛି । ତେବେ ଆଗାମୀ ଦିନରେ ଯାଞ୍ଚକୁ ଆହୁରି କଡା଼କ଼ଡ଼ି କରିବାକୁ ଲକ୍ଷ୍ୟ ରଖିଛି ଓଡିଶା ପୋଲିସ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details