ଓଡିଶା

odisha

ETV Bharat / city

କମୁନି ମୃତ୍ୟୁ ସଂଖ୍ୟା, ରାଜ୍ୟରେ ପୁଣି 16 ଜୀବନ ନେଲା କୋରୋନା

ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ପୁଣି 16 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 974ରେ ପହଞ୍ଚିଛି ।

ଆଜି ଦିନକରେ ପୁଣି 16 ମୁଣ୍ଡ ନେଲା କୋରୋନା
ଆଜି ଦିନକରେ ପୁଣି 16 ମୁଣ୍ଡ ନେଲା କୋରୋନା

By

Published : Oct 8, 2020, 1:14 PM IST

ଭୁବନେଶ୍ବର:ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ପୁଣି 16 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 974ରେ ପହଞ୍ଚିଛି ।

ବାଲେଶ୍ବରରେ 50 ବର୍ଷର ପୁରୁଷ, ଦୁଇ ଜଣ 72 ବର୍ଷର ପୁରୁଷ ଓ 68 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବରରେ 39 ବର୍ଷର ପୁରୁଷ, 61 ବର୍ଷର ପୁରୁଷ, 88 ବର୍ଷର ଓ 71 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ଝରସୁଗୁଡ଼ାରେ 60 ବର୍ଷର ମହିଳା, କଳାହାଣ୍ଡିରେ 52 ବର୍ଷର ପୁରୁଷ ଓ 30 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ମୟୂରଭଞ୍ଜରେ 92 ବର୍ଷର ଓ 57 ବର୍ଷର ପୁରୁଷଙ୍କର ମୃତ୍ୟ ଘଟିଛି । ନୟାଗଡରେ 70 ବର୍ଷର ପୁରୁଷ ଓ 55 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡରେ 54 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ 974ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ସମସ୍ତେ ଅନ୍ୟାନ୍ୟ ରୋଗରେ ପିଡୀତ ଥିବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details