ଭୁବନେଶ୍ୱର:ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବାବେଳେ ସୋମବାର ରାଜଧାନୀ ଭୁବନେଶ୍ବରରେ 159 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 159 ଆକ୍ରାନ୍ତଙ୍କ ମଧ୍ୟରୁ 118 ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ 41 ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ସଂଗରୋଧ କେନ୍ଦ୍ରରୁ ଚିହ୍ନଟ 118 ଆକ୍ରାନ୍ତ ମଧ୍ୟରୁ 44 ଜଣ ନୟାପାଲ୍ଲୀ, 20 ଜଣ ଆଇଗିନିଆ ଆଲୁଗଦି, 13 ଜଣ ୟୁନିଟ-3 ଖାରବେଳ ନଗର , 4 ଜଣ ପଳାଶୁଣି, 5 ଜଣ ସହିଦ ନଗର, 5 ଜଣ ସାଲିଆସାହି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ସେହିପରି ସରକାରୀ ହସ୍ପିଟାଲ, ଡୁମଡୁମା, ପୋଲିସ ଏକାଡେମୀ, କଳିଙ୍ଗ ନଗର, ଚକେଇସିଆଣି, ଘରୋଇ ହସ୍ପିଟାଲରୁ 2 ଜଣ ଲେଖାଏଁ ଆଖ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳିଙ୍ଗ ନଗର, ରାଜମହଲ ଛକ, ନାକା ଗେଟ, ପଟିଆ, ପାଣ୍ଡାର, ପୋଖରିପୁଟ, ଭିଭିଏସ ନଗର, ୟୁନିଟ-9, କଳିଙ୍ଗ ବିହାରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।