ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଗୋଟିଏ ଦିନରେ ରାଜ୍ୟରୁ 1527 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 79 ହଜାର 92ରେ ପହଞ୍ଚିଛି ।
ସୋମବାର ସୁସ୍ଥ ହୋଇଥିବା 1527 ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ଓ ସୁନ୍ଦରଗଡରେ ସର୍ବାଧିକ 127 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, କଟକରେ 107, ଖୋର୍ଦ୍ଧାରେ 115, ନୂଆପଡାରେ 104, ଜଗତସିଂହପୁରରେ 89, ଅନୁଗୁଳରେ 70, ଯାଜପୁରରେ 60, ବରଗଡରେ 56, ପୁରୀରେ 46, ମୟୂରଭଞ୍ଜରେ 45, ଢେଙ୍କାନାଳରେ 44, କେନ୍ଦୁଝରରେ 44, ବଲାଙ୍ଗୀରରେ 42, ଭଦ୍ରକ କେନ୍ଦ୍ରାପଡା ଓ ସମ୍ବଲପୁରରେ 41, କଳାହାଣ୍ଡିରେ 36, କୋରାପୁଟରେ 34, ମାଲକାନଗିରିରେ 32, ସୋନପୁରରେ 28, ନୟାଗଡରେ 26, କନ୍ଧମାଳରେ 23, ଝାରସୁଗୁଡ଼ାରେ 22, ଗଂଜାମରେ 20, ନବରଙ୍ଗପୁରରେ 20, ବୌଦ୍ଧରେ 16, ରାୟଗଡାରେ 15, ଦେଓଗଡରେ 13, ଗଜପତିରେ 6 ଓ ଷ୍ଟେଟ ପୋଲରେ 37 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
24 ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ 1527 ଆକ୍ରାନ୍ତ - 1527 ଆକ୍ରାନ୍ତ ସୁସ୍ଥ
ଗୋଟିଏ ଦିନରେ ରାଜ୍ୟରୁ 1527 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 79 ହଜାର 92ରେ ପହଞ୍ଚିଛି । ଅଧିକ ପଢନ୍ତୁ...
24 ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ 1527 ଆକ୍ରାନ୍ତ
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ