ଓଡିଶା

odisha

ETV Bharat / city

ଟିକାକରଣ ବର୍ଜନ କରିବେ ରାଜ୍ୟର 15 ହଜାର ସ୍ୱାସ୍ଥ୍ୟକର୍ମୀ - ଟୀକାକରଣ ବର୍ଜନ

କୋରୋନା ଟିକା ନେବେନି ରାଜ୍ୟର ୧୫ ହଜାର ସ୍ବାସ୍ଥ୍ୟକର୍ମୀ ମାତ୍ର ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକା ଦେବେ। ଅଧିକ ପଢନ୍ତୁ...

ଟୀକାକରଣ ବର୍ଜନ କରିବେ ରାଜ୍ୟର 15 ହଜାର ସ୍ୱାସ୍ଥ୍ୟ କର୍ମୀ
ଟୀକାକରଣ ବର୍ଜନ କରିବେ ରାଜ୍ୟର 15 ହଜାର ସ୍ୱାସ୍ଥ୍ୟ କର୍ମୀ

By

Published : Jan 14, 2021, 4:56 PM IST

ଭୁବନେଶ୍ବର: କୋରୋନା ଟିକା ନେବେନି ରାଜ୍ୟର ୧୫ ହଜାର ସ୍ବାସ୍ଥ୍ୟକର୍ମୀ ମାତ୍ର ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକା ଦେବେ। ଆସନ୍ତା ଫେବୃଆରୀ ପହିଲାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛି ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ/ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ।

ଟୀକାକରଣ ବର୍ଜନ କରିବେ ରାଜ୍ୟର 15 ହଜାର ସ୍ୱାସ୍ଥ୍ୟ କର୍ମୀ

କ୍ୟାଡର ରୁଲ୍ ପୁନର୍ଗଠନ ଓ ପଦବୀ ପରିବର୍ତ୍ତନ ଭଳି 2ଟି ଦାବି ଦୀର୍ଘ ଦିନ ଧରି କରାଯାଇଥିଲେ ହେଁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଆସନ୍ତା 16 ତାରିଖଠାରୁ ଆରମ୍ଭ ହେବାକୁ ଥିବା ଟୀକାକରଣ କାର୍ଯ୍ୟକ୍ରମରେ କଳାବ୍ୟାଜ ପରିଧାନ କରି କାର୍ଯ୍ୟ ସମ୍ପାଦନ କରିବେ ସ୍ବାସ୍ଥ୍ୟକର୍ମୀ। ଦାବି ପୂରଣ ନହେବା ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରିବେ ଏବଂ ଦାବି ପୂରଣ ନହେଲେ ଫେବୃଆରୀ ପହିଲାରୁ ସାମୁହିକ କାର୍ଯ୍ୟବନ୍ଦ କରିବାକୁ ମହାସଂଘ ଚେତାବନୀ ଦେଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details