ଭୁବନେଶ୍ବର: କୋରୋନାରୁ ଦିନକରେ ମୁକ୍ତ ହେଲେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ । ଶୁକ୍ରବାର ରାଜ୍ୟରେ 808 ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ 15 ହଜାର ଡେଇଁଲା ସୁସ୍ଥ ସଂଖ୍ୟା । ରାଜ୍ୟର 18 ଟି ଜିଲ୍ଲାରେ 808 ଜଣ ସୁସ୍ଥ ହୋଇଛନ୍ତି ।
ରେକର୍ଡ 808 ସୁସ୍ଥ, 15 ହଜାର ଛୁଇଁଲା ମୋଟ ସଂଖ୍ୟା - ଓଡିଶା କୋରୋନା ଖବର
ଶୁକ୍ରବାର ରାଜ୍ୟରେ ରେକର୍ଡ ସଂଖ୍ୟକ 808 ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ 15 ହଜାର ଡେଇଁଲା ସୁସ୍ଥ ସଂଖ୍ୟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଗଞ୍ଜାମରେ 530 ଜଣ ସୁସ୍ଥ ହୋଇଥିବା ବେଳେ ରାୟଗଡାରେ 61, କଟକରେ 35, ମାଲକାନଗିରିରେ 30, ଗଜପତିରେ 22 ଜଣ ସୁସ୍ଥ ହୋଇଥିବା ରିପୋର୍ଟ ଆସିଛି । ସେହିପରି ବାଲେଶ୍ୱରରେ 19 ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ 19, ବରଗଡରେ 18, ଭଦ୍ରକରେ 18, ବୌଦ୍ଧରେ 8 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେପଟେ ଝାରସୁଗୁଡା, କେନ୍ଦ୍ରାପଡା, ଜଗତସିଂହପୁର ଓ କେନ୍ଦୁଝରରେ 7 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସମ୍ବଲପୁରରେ 5, ନବରଙ୍ଗପୁରରେ 4 ଜଣ, ସୁନ୍ଦରଗଡରେ 3, ଅନୁଗୋଳ, ଯାଜପୁର ଓ ପୁରୀରେ 2 ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ ଓ ନୟାଗଡରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ 15200 ଜଣ ମୋଟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ