ଭୁବନେଶ୍ବର: ଏଣିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ରହିବ ସଂରକ୍ଷଣ ବ୍ୟବସ୍ଥା । ୧୫ ପ୍ରତିଶତ ସଂରକ୍ଷଣ ରଖିବା ଲାଗି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗ୍ରାମାଞ୍ଚଳରେ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ଥିବା ପ୍ରସ୍ତାବକୁ ପ୍ରଥମେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିଲା । ଏହାପରେ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇ ପାୱାର କମିଟି ଗଠନ କରିଥିଲେ ସରକାର ।