ଭୁବନେଶ୍ବର: କୋରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରାକର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟରେ 15ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ 2 ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
କୋଭିଡ଼ର ଦ୍ଵିତୀୟ ଲହରରେ ଅକ୍ସିଜେନକୁ ନେଇ ସାରା ଦେଶରେ ହାହାକାର ସୃଷ୍ଟି ହୋଇଥିଲା । ତେବେ ଓଡ଼ିଶାରେ ଅକ୍ସିଜେନର ସମସ୍ୟା ନଥିଲା । ଓଡ଼ିଶା ବଳକା ରାଜ୍ୟ ଭାବେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଉଥିଲା । ସମ୍ଭାବ୍ୟ ତୃତୀୟ ଲହର ଲାଗି ଆଗୁଆ ପ୍ରସ୍ତୁତ ହେଉଛି ଓଡିଶା । ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ 2 ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।