ଓଡିଶା

odisha

By

Published : Oct 4, 2020, 12:01 PM IST

ETV Bharat / city

ରାଜ୍ୟରେ କୋରୋନା ନେଲା ଆଉ 15 ଜୀବନ, ମୃତ୍ୟୁ ସଂଖ୍ୟା 907କୁ ବୃଦ୍ଧି

ଓଡିଶାରେ ଧିରେ ଧିରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ପୁଣି ରାଜ୍ୟରେ 15 ଜଣଙ୍କ ମୁଣ୍ଡ ନେଲା କୋରୋନା ସଂକ୍ରମଣ । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନା ନେଲା ଆଉ 15 ଜୀବନ, ମୃତ୍ୟୁ ସଂଖ୍ୟା 907କୁ ବୃଦ୍ଧି
ରାଜ୍ୟରେ କୋରୋନା ନେଲା ଆଉ 15 ଜୀବନ, ମୃତ୍ୟୁ ସଂଖ୍ୟା 907କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ବହୁ ମାତ୍ରାରେ ପଜିଟିଭ ସଂଖ୍ୟା ସାମ୍ନାକୁ ଆସୁଛି । ଯାହା ବର୍ତ୍ତମାନ 2 ଲକ୍ଷ 32 ହଜାର 713ରେ ପହଞ୍ଚିଛି । ତେବେ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମୁତାବକ, ରାଜ୍ୟରେ ଅକ୍ଟୋବର 3 ତାରିଖରେ ଆଉ 15 ଜଣ ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 907ରେ ପହଞ୍ଚିଛି ।

ରାଜ୍ୟରେ କୋରୋନା ନେଲା ଆଉ 15 ଜୀବନ, ମୃତ୍ୟୁ ସଂଖ୍ୟା 907କୁ ବୃଦ୍ଧି

ମୃତ 15 ଜଣଙ୍କ ମଧ୍ୟରେ ଭୁବନେଶ୍ବରରୁ ଜଣେ 47 ବର୍ଷୀୟା ମହିଳା ରହିଛନ୍ତି ଯିଏ କିଡନୀ ରୋଗରେ ପୀଡିତ ଥିଲେ | ଭୁବନେଶ୍ବରର 63 ବର୍ଷର ପୁରୁଷ, ବୌଦ୍ଧ ଜିଲ୍ଲାର ଜଣେ 71 ବର୍ଷୀୟ ବୃଦ୍ଧ, କଟକ ଜିଲ୍ଲାର ଜଣେ 60 ଓ ଆଉ ଜଣେ 70 ବର୍ଷର ବୃଦ୍ଧ, କଟକର ଜଣେ 60 ବର୍ଷର ମହିଳା |

ଢେଙ୍କାନାଳର 70 ବର୍ଷର ପୁରୁଷ | ଜଗତସିଂହପୁରର 48 ବର୍ଷର ବୟସ୍କ ପୁରୁଷ | କେନ୍ଦ୍ରାପଡାର ଜଣେ 48 ବର୍ଷୀୟ ପୁରୁଷ, କେନ୍ଦ୍ରାପଡାର ଜଣେ 85 ବର୍ଷୀୟ ପୁରୁଷ | କେନ୍ଦୁଝରର ଜଣେ 65 ବର୍ଷୀୟ ମହିଳା, ଖୋର୍ଦ୍ଧାର ଜଣେ 74 ବର୍ଷର ବୃଦ୍ଧ, କୋରାପୁଟ ଜିଲ୍ଲାର ଜଣେ 55 ବର୍ଷର ମହିଳା । ମାଲକାନଗିରିର ଜଣେ 65 ବର୍ଷର ପୁରୁଷ ସମ୍ବଲପୁରର ଜଣେ 73 ବର୍ଷର ବୃଦ୍ଧା ରହିଛନ୍ତି ।

ତେବେ ସମସ୍ତ ମୃତକଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ, ଉଚ୍ଚରକ୍ତଚାପ, କିଡନୀ ରୋଗରେ ପୀଡିତ ଥିଲେ । ସେନେଇ ସେମାନେ ରାଜ୍ୟର ବିଭିନ୍ନ କୋଭିଡ ମେଡିକାଲରେ ଚିକିତ୍ସାଧୀନ ଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details