ଓଡିଶା

odisha

ETV Bharat / city

ଆଜି ପୁଣି 15 ଜୀବନ ନେଲା କୋରୋନା - odisha corona update

କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି 15 ଜଣଙ୍କର ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1510ରେ ପହଞ୍ଚିଛି ।

ଆଜି ପୁଣି 15 ମୁଣ୍ଡ ନେଲା କୋରୋନା
ଆଜି ପୁଣି 15 ମୁଣ୍ଡ ନେଲା କୋରୋନା

By

Published : Nov 14, 2020, 12:49 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି 15 ଜଣଙ୍କର ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1510ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବାଲେଶ୍ବରରେ 60ବର୍ଷର ମହିଳାଙ୍କର ମୃତ୍ୟୁ ଘଟୁଥିବା ବେଳେ ଭୁବନେଶ୍ବରରେ 72 ବର୍ଷ, 53 ବର୍ଷର ପୁରୁଷ ଓ 85 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ଜଗତସିଂହପୁରରେ 48 ବର୍ଷର ପୁରୁଷ, କନ୍ଧମାଳରେ 75 ବର୍ଷର ପୁରୁଷ, ଖୋର୍ଦ୍ଧାରେ 60 ବର୍ଷର ପୁରୁଷ, ମୟୂରଭଞ୍ଜରେ 50 ବର୍ଷ ଓ 65 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ପୁରୀରେ 74 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସୁନ୍ଦରଗଡରେ 76 ବର୍ଷ, 56 ବର୍ଷ, 65 ବର୍ଷର ପୁରୁଷ ଓ 72 ବର୍ଷ 68 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details