ଓଡିଶା

odisha

ETV Bharat / city

State Bjp Core Committee; 15 ଜଣିଆ ତାଲିକାରେ 3 କେନ୍ଦ୍ରମନ୍ତ୍ରୀ, ବାଦ ପଡିଲେ ଦୁଇ ସାଂସଦ - ଭାରତୀୟ ଜନତା ପାର୍ଟି ଓଡିଶା କୋର କମିଟି

ଘୋଷଣା ହୋଇଛି ଭାରତୀୟ ଜନତା ପାର୍ଟି ଓଡିଶା ଶାଖା (Odisha Wing) ର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କୋର କମିଟି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଅନୁମୋଦନ କ୍ରମେ ଏହି କୋର କମିଟି ଘୋଷଣା ହୋଇଛି । କମିଟିରେ ମୋଟ 15 ଜଣ ସ୍ଥାନ ପାଇଥିବା ବେଳେ 2 ଜଣ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ମଧ୍ୟ ଅଛନ୍ତି । ଅଧିକ ପଢନ୍ତୁ

State Bjp Core Committee
State Bjp Core Committee

By

Published : Nov 29, 2021, 10:37 PM IST

ଭୁବନେଶ୍ବର:ଘୋଷଣା ହୋଇଛି ଭାରତୀୟ ଜନତା ପାର୍ଟି (Bharatiya Janata Party ) ଓଡିଶା ଶାଖା (Odisha Wing) ର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କୋର କମିଟି (core committee) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଅନୁମୋଦନ କ୍ରମେ ଏହି କୋର କମିଟି ଘୋଷଣା ହୋଇଛି । କମିଟିରେ ମୋଟ 15 ଜଣ ସ୍ଥାନ ପାଇଥିବା ବେଳେ 2 ଜଣ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ମଧ୍ୟ ଅଛନ୍ତି ।

State Bjp Core Committee; 15 ଜଣିଆ ତାଳିକାରେ 3 କେନ୍ଦ୍ର ମନ୍ତ୍ରୀ

କୋର କମିଟିରେ ଥିବା ନେତା...

ସମୀର ମହାନ୍ତି- ରାଜ୍ୟ ସଭାପତି

ବୈଜୟନ୍ତ ପଣ୍ଡା- ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଧର୍ମେନ୍ଦ୍ର ପ୍ରଧାନ- କେନ୍ଦ୍ରମନ୍ତ୍ରୀ

ଅଶ୍ବିନୀ ବୈଷ୍ଣବ- କେନ୍ଦ୍ରମନ୍ତ୍ରୀ

ଜୁଏଲ ଓରାମ- ସାଂସଦ(ଲୋକସଭା)

ପ୍ରତାପ ଷଡଙ୍ଗୀ- ସାଂସଦ(ଲୋକସଭା)

ସୁରେଶ ପୁଜାରୀ-ସାଂସଦ(ଲୋକସଭା)

ପ୍ରଦୀପ୍ତ ନାୟକ- ବିରୋଧୀ ଦଳନେତା

ବିଶେଶ୍ବର ଟୁଡୁ- କେନ୍ଦ୍ରମନ୍ତ୍ରୀ

ସମ୍ବିତ ପାତ୍ର- ଜାତୀୟ ମୁଖପାତ୍ର

ମନମୋହନ ସାମଲ- ବରିଷ୍ଠ ନେତା

କନକ ବର୍ଦ୍ଧନ ସିଂଦେଓ- ବରିଷ୍ଠ ନେତା

ବସନ୍ତ ପଣ୍ଡା- ସାଂସଦ -(ଲୋକସଭା)

ମାନସ ମହାନ୍ତି- ସଂଗଠନ ସମ୍ପାଦକ

ସୁରମା ପାଢୀ - ବରିଷ୍ଠ ନେତ୍ରୀ

ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ/ସଦସ୍ୟା...

ଡି ପୁରନ୍ଦେଶ୍ବରୀ- ରାଜ୍ୟ ପ୍ରଭାରୀ

ବିଜୟ ପାଲ ସିଂ-ସାଂସଦ- ସହ ପ୍ରଭାରୀ

ତେବେ ଏହି କୋର କମିଟି ହେଉଛି ରାଜ୍ୟ ଶାଖାର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ କମିଟି । ଏହି କମିଟିର ରଣନୀତି ଓ ନେତୃତ୍ବରେ ଦଳ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଲଢିବ । କିନ୍ତୁ ଦଳର ବରିଷ୍ଠ ତଥା ଅନ୍ୟତମ ହେଭିୱେଟ ବିଜୟ ମହାପାତ୍ର କମିଟିରେ ସ୍ଥାନ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିପରି ଅନ୍ୟତମ ଫାୟାରବ୍ରାଣ୍ଡ ନେତ୍ରୀ ତଥା ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସ୍ଥାନ ନପାଇବା ଏବେ ଅନେକ ପ୍ରଶ୍ନକୁ ଉଠୁଛି ? କାହିଁକି ଉଭୟ ନେତାଙ୍କୁ ଦଳ ଅଣଦେଖା କଲା ? ନା ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବାକୁ ଯୋଜାନ କରିଛି ତାହା ସମୟ କହିବ । ଏହା ସ୍ପଷ୍ଟଯେ ଉଭୟ ବିଜୟ ଓ ଅପରାଜିତା ରାଜ୍ୟ ସରକାରଙ୍କୁ ଏକାକି ଘେରିବାର ସାମର୍ଥ୍ୟ ରଖୁଛନ୍ତି ।

ଅନ୍ୟପଟେ ଏହି କୋର କମିଟି ରାଜ୍ୟ ବିଜେପିକୁ କେତେ ସଫଳତା ଦେଉଛି । ପଞ୍ଚାୟୟ ପୌର ନିର୍ବାଚନରେ କଣ ରଣନୀତି ନେଇ ମୈଦାକୁ ଓହ୍ଲାଉଛି ତାହାକୁ ଅପେକ୍ଷା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details