ଭୁବନେଶ୍ବର: ହୋଟେଲେ ବିକ୍ରି କରାଇ ଦେବା ନାଁରେ ITDC ବା ଇଣ୍ଡିଆନ ଟୁରିଜିମ ଡେଭଲପମେଣ୍ଟ କର୍ପୋରେସନ୍ ବିରୋଧରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ୱିଙ୍ଗ୍(EOW) ।
ଗିରଫ ବ୍ୟକ୍ତିଙ୍କ ନାମ ଅନିକେଶ ରାଉତ ବୋଲି ଜଣାପଡ଼ିଛି । ପୁରୀରେ ଥିବା ନୀଳାଚଳ ଅଶୋକ ହୋଟେଲ ବିକ୍ରି କରିବା ପାଇଁ ମିଛରେ ଡିଲ କରିଥିବା ଅଭିଯୋଗ । ନିଜକୁ ITDCର ବରିଷ୍ଠ ଅଧିକାରୀ ଦର୍ଶାଇ ହୋଇଥିଲା ଡିଲ କରୁଥିଲା ଗିରଫ ଅନିକେଶ । ତେବେ ହୋଟେଲ ନୀଳଚକ୍ର ଅଶୋକ ବିକ୍ରି ଷଡଯନ୍ତ୍ର କରିବା ଅଭିଯୋଗ ହୋଇଛି । ୧୫ କୋଟି ଟଙ୍କାରେ ବିକ୍ରି ପାଇଁ ବଡ ଧରଣର ଯୋଜନା ହୋଇଥିଲା । ଏଥିପାଇଁ ୩ କୋଟି ଟଙ୍କା ଡିଲ ହୋଇଥିଲା । ଏହି ମାମଲାରେ ଅନିକେଶଙ୍କୁ ଗିରଫ କରିଛି EOW ।