ଭୁବନେଶ୍ବର: ଖଡଗପୁର ଏବଂ ହିଜଲି ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ କାରଣରୁ ବାତିଲ ହେଲା 14ଟି ଟ୍ରେନ୍ । ହାୱଡ଼ା-ଚେନ୍ନାଇ ଏବଂ ହାୱାଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ସୁଗମ ଟ୍ରେନ୍ ଚଳାଚଳ ଏବଂ ଅସୁବିଧାଜନକ ବାଧାଗୁଡିକୁ ଦୃଷ୍ଟିରେ ରଖି ଖଡଗପୁର ଏବଂ ହିଜଲି ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ କରାଯାଉଛି । ତେଣୁ ଅନେକ ଟ୍ରେନ ବାତିଲ ସହିତ ଦିଗ ପରିବର୍ତ୍ତନ ମଧ୍ୟ କରାଯାଇଛି ।
ହାୱାଡ଼ା-ଚେନ୍ନାଇ ଏବଂ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ସୁଗମ ଟ୍ରେନ୍ ଚଳାଚଳ ଏବଂ ଅସୁବିଧାଜନକ ବାଧାଗୁଡିକୁ ଦୃଷ୍ଟିରେ ରଖି ଖଡଗପୁର ଏବଂ ହିଜଲି ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ କରାଯାଉଛି । ଏହି ମାର୍ଗ ଦ୍ବୟରେ ଟ୍ରେନ ସେବା କିଛି ମାତ୍ରାରେ ପ୍ରଭାବିତ ହୋଇଛି । ଫଳରେ କେତେକ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍, ପୁନଃ ସମୟ ନିର୍ଧାରଣ, ନିୟନ୍ତ୍ରଣ ଏବଂ ମାର୍ଗ ପରିବର୍ତ୍ତନ କରାଯାଇଛି ।
ଟ୍ରେନ୍ ବାତିଲ୍:-
01. 12704/12703 ସିକନ୍ଦରାବାଦ-ହାୱଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ସିକନ୍ଦରାବାଦରୁ 21 ମଇରେ ଏବଂ ହାୱଡ଼ାରୁ 22 ମଇ 2022 ରେ ବାତିଲ ରହିବ ।
02. 12821/12822 ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ ।
03. 12245/12246 ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା ଦୁରନ୍ତ ଏକ୍ସପ୍ରେସ 22 ମଇ 2022 ରେ ହାୱଡ଼ାରୁ ଏବଂ 24 ମଇ 2022 ରେ ଯଶୋବନ୍ତପୁରରୁ ବାତିଲ ରହିବ ।
04. 18046/18045 ହାଇଦ୍ରାବାଦ-ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ 21 ମଇରେ ହାଇଦ୍ରାବାଦରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ ।
05. 12073/12074 ହାୱଡ଼ା-ଭୁବନେଶ୍ୱର-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 22 ମଇ 2022 ଦିନ ଉଭୟ ପାର୍ଶ୍ୱରୁ ବାତିଲ ରହିବ ।
06. 22855/22856 ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ଏକ୍ସପ୍ରେସ 22 ମଇରେ ସାନ୍ତ୍ରାଗଛିରୁ ଏବଂ 23 ମଇ 2022 ରେ ତିରୁପତିରୁ ବାତିଲ ରହିବ ।
07. 12842/12841 ଚେନ୍ନାଇ-ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ 21 ମଇରେ ଚେନ୍ନାଇରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ ।
08. 18043/18044 ହାୱଡ଼ା-ଭଦ୍ରକ-ହାୱଡ଼ା ଏକ୍ସପ୍ରେସ 21 ଓ 22 ମଇରେ ହାୱଡ଼ା ଠାରୁ ଏବଂ 22 ଓ 23 ମଇ 2022 ରେ ଭଦ୍ରକରୁ ବାତିଲ ରହିବ।
09. 18410/18409 ପୁରୀ-ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ 21 ମଇରେ ପୁରୀରୁ ଏବଂ 22 ମଇ 2022 ରେ ଶାଲିମାରରୁ ବାତିଲ ରହିବ।
10. 18037/18038 ହାୱଡ଼ା-ଯାଜପୁର କେନ୍ଦୁଝର ରୋଡ଼-ହାୱଡ଼ା MEMU ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।
11. 18021/18022 ଖଡଗପୁର-ଖୋର୍ଦ୍ଧା ରୋଡ୍-ଖଡଗପୁର ଏକ୍ସପ୍ରେସ 22 ମଇ 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ ।
12. 12864/12863 ଯଶୋବନ୍ତପୁର-ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ 21 ମଇରେ ଯଶୋବନ୍ତପୁରରୁ ଏବଂ 22 ମଇ 2022 ରେ ହାୱଡ଼ାରୁ ବାତିଲ ରହିବ ।
ଆଂଶିକ ବାତିଲ୍ ଟ୍ରେନ:-