ଭୁବନେଶ୍ବର: ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଘାଟିତ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା । ମେଳାରେ ୩୮୦ ଟି ଷ୍ଟଲ ଲାଗିଛି । ଫୁଡକୋର୍ଟରେ ପାଖାପାଖି 40 ରୁ 50 ଟି ଫୁଡ଼ ଷ୍ଟଲ ଲାଗିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ହସ୍ତଶିଳ୍ପୀ ଯୋଗ ଦେଇଛନ୍ତି । ଚଳିତବର୍ଷ ଥିମ୍ ରହିଛି କଳିଙ୍ଗ ତନ୍ତୁ କୃତି । ଅନ୍ୟପକ୍ଷେ ହସ୍ତଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣଙ୍କୁ ସମ୍ମାନିତ କରାଯାଇଛି । ପାଖାପାଖି 22 ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆକଳନ କରାଯାଇଥିବା ବେଳେ 21.50 କୋଟି ଟଙ୍କାର ବିକ୍ରି ହେବା ନେଇ ଆଶା ରଖାଯାଇଛି ।
ଚତୁର୍ଦ୍ଦଶ ‘ତୋଷାଳି’ ଉଦଘାଟିତ, 27 ଯାଏଁ ଚାଲିବ ମେଳା - 14th Toshali
ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଘାଟିତ । ଉଦଘାଟନ କରିଛନ୍ତି ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା ।
ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଘାଟିତ
ଗତବର୍ଷ 20.82 କୋଟିର ବେପାର ହୋଇଥିଲା । ମେଳା ଉଦଘାଟନ କରିଛନ୍ତି ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ତାଙ୍କସହ ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ବିଭାଗୀୟ ସଚିବ ନିତିନ ଚନ୍ଦ୍ରା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ