ଓଡିଶା

odisha

ETV Bharat / city

14ତମ ତୋଷାଳି ମେଳା: ମନ କିଣୁଛି ଇଞ୍ଜିନିୟରଙ୍କ ବାଉଁଶ ପୋଡା ଚିକେନ ବିରିୟାନୀ

ରାଜଧାନୀରେ ଲୋକଙ୍କ ମନ କିଣୁଛି ହସ୍ତକଳାର ମେଳା ‘ତୋଷାଳି’ । ମେଳାରେ ହସ୍ତଶିଳ୍ପୀଙ୍କ ଭଳିକି ଭଳି ଜିନିଷ ପ୍ରଦର୍ଶନୀ ସହ ବିଭିନ୍ନ ରକମର ଖାଦ୍ୟର ପସରା । ଯେଉଁଥିରେ ଅଟୋମୋବାଇଲ ଓ କମ୍ପ୍ୟୁଟର ଇଞ୍ଜିନିୟରଙ୍କ ଫୁଡ ଷ୍ଟଲରେ ଦେଖିବାକୁ ମିଳୁଛି ଅଧିକ ଭିଡ ।

By

Published : Dec 20, 2019, 11:04 PM IST

14th toshali fare, food stalls in toshali fare, engineer's biriyani stall in toshali, 14ତମ ତୋଷାଳି ମେଳା, ତୋଷାଳି ମେଳାରେ ଖାଦ୍ୟ ଷ୍ଟଲ, ତୋଷାଳି ମେଳାରେ ଇଞ୍ଜିନିୟରଙ୍କ ବିରିୟାନୀ ଷ୍ଟଲ
14ତମ ତୋଷାଳି ମେଳା: ମନ କିଣୁଛି ଇଞ୍ଜିନିୟରଙ୍କ ବାଉଁଶ ପୋଡା ଚିକେନ ବିରିୟାନୀ

ଭୁବନେଶ୍ବର: ରାଜଧାନୀରେ ଲୋକଙ୍କ ମନ କିଣୁଛି ହସ୍ତକଳାର ମେଳା ‘ତୋଷାଳି’ । ମେଳାରେ ହସ୍ତଶିଳ୍ପୀଙ୍କ ଭଳିକି ଭଳି ଜିନିଷ ପ୍ରଦର୍ଶନୀ ସହ ବିଭିନ୍ନ ରକମର ଖାଦ୍ୟର ପସରା । ଯେଉଁଥିରେ ଅଟୋମୋବାଇଲ ଓ କମ୍ପ୍ୟୁଟର ଇଞ୍ଜିନିୟରଙ୍କ ଫୁଡ ଷ୍ଟଲରେ ଦେଖିବାକୁ ମିଳୁଛି ଅଧିକ ଭିଡ । ତୋଷାଳିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ବାଦର 50ଟି ଖାଦ୍ୟ ଷ୍ଟଲ ଲାଗିଥିବା ବେଳେ ଲୋକଙ୍କ ପସନ୍ଦ ପାଲଟିଛି ବିଟେକ ଛାତ୍ରଙ୍କ ଏହି ‘ବିରିୟାନୀ ଷ୍ଟଲ’ ।

14ତମ ତୋଷାଳି ମେଳା: ମନ କିଣୁଛି ଇଞ୍ଜିନିୟରଙ୍କ ବାଉଁଶ ପୋଡା ଚିକେନ ବିରିୟାନୀ

ଏହି ବିରିୟାନୀ ଷ୍ଟଲ ଦେଇଥିବା ଇଞ୍ଜିନିୟର ଶାଶ୍ବତ ଧଳଙ୍କ କହିବା ମୁତାବକ ତାଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ନିଜେ ଖାଇବା ଓ ଅନ୍ୟଙ୍କୁ ଖୁଆଇବା ବହୁତ ପସନ୍ଦ । ତେଣୁ ଶିକ୍ଷାଗତ ଯୋଗ୍ୟତା ସରିବା ପରେ ନିଜସ୍ବ କ୍ୟାଟରିଂ ସର୍ଭିସ ଦ୍ବାରା ସେ ଲୋକଙ୍କୁ ସୁଆଦିଆ ଖାଦ୍ୟ ପରଷୁଛନ୍ତି । ଏହି ନିଶା ପାଇଁ ନିଜର ବନ୍ଧୁଙ୍କ ସହ ସେ ତୋଷାଳିରେ ମଧ୍ୟ ଏକ ଖାଦ୍ୟ ଷ୍ଟଲ ଖୋଲିଛନ୍ତି ।

ଏହି ଷ୍ଟଲରେ ସେମାନଙ୍କ ହାତ ତିଆରି ବାଉଁଶ ପୋଡା ଚିକେନ ବିରିୟାନୀ ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଏହାକୁ ଖାଇବା ପାଇଁ ଷ୍ଟଲରେ ଲାଗି ରହୁଛି ଲୋକଙ୍କ ଭିଡ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details