ଭୁବନେଶ୍ବର:ରାଜଧାନୀରେ ଶୁକ୍ରବାରଠୁ ୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚମ୍ପିଅନସିପ୍ ୨୦୨୧-୨୨ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ଚମ୍ପିଆନସିପ୍ ଆୟୋଜନ ହେଉଥିବା ବେଳେ ରାଜ୍ୟରୁ ୧୨ ଜଣ ଖେଳାଳି ଏହି ଚମ୍ପିଆନସିପ୍ର ପ୍ରତିନିଧିତ୍ବ କରୁଛନ୍ତି । ମୋଟ ୧୭ ରାଜ୍ୟର ଖେଳାଳି ଏଥିରେ ଭାଗ ନେଇଛନ୍ତି ।
୧୪ତମ ଜାତୀୟ ହ୍ୱିଲ୍ ଚେୟାର ଫେନ୍ସିଂ ଚାମ୍ପିଅନସିପ୍ ୨୦୨୧-୨୨ ଆଜିଠାରୁ(ଫେବ୍ରୁଆରୀ ୨୫)ରୁ ଫେବ୍ରୁଆରୀ ୨୭ ତାରିଖ ଯାଏଁ ଭୁବନେଶ୍ୱରର ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ମେଗା ଇଭେଣ୍ଟରେ ସମଗ୍ର ଭାରତରେ ସମୁଦାୟ ୧୩୭ ପଦକ ପାଇଁ ଲଢ଼େଇ କରିବେ । କାଟେଗୋରୀ A ଓ B ବର୍ଗରେ ଏହି ଚମ୍ପିଆନ୍ସିପ ଆରମ୍ଭ ହୋଇଛି । ଚମ୍ପିଆନସିପ୍କୁ ନେଇ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।