ଓଡିଶା

odisha

ଆଜି 29 ଜିଲ୍ଲାରୁ 1,499 କୋରୋନା ପଜେଟିଭ ଚିହ୍ନଟ

By

Published : Jul 31, 2020, 11:41 AM IST

ଆଜି(ଶୁକ୍ରବାର) ସର୍ବାଧିକ 29 ଟି ଜିଲ୍ଲାରୁ 1,499 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

corona positives
29 ଜିଲ୍ଲାରୁ 1,499 କୋରୋନା ପଜେଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ଆଜି(ଶୁକ୍ରବାର) ସର୍ବାଧିକ 29 ଟି ଜିଲ୍ଲାରୁ 1,499 କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 914 ଚିହ୍ନଟ ହୋଇଥିବାବେଳେ 585 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରେ 25 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରେ 37, ବରଗଡରେ 10 ଭଦ୍ରକରେ 1, ବଲାଙ୍ଗୀରରୁ 19, କଟକରୁ 28, ଦେଓଗଡ ରୁ 2, ଢେଙ୍କାନାଳରୁ 92, ଗଜପତିରୁ 97, ଗଞ୍ଜାମରୁ 368 ଚିହ୍ନଟ ହୋଇଛନ୍ତି ।

ସେହିପରି ଭାବେ ଜଗତସିଂହପୁରରୁ 15, ଯାଜପୁରରୁ 19, ଝାରସୁଗୁଡାରୁ 7, କଳାହାଣ୍ଡିରୁ 44, କନ୍ଧମାଳରୁ 50, କେନ୍ଦ୍ରାପଡାରୁ 14, କେନ୍ଦୁଝରରୁ 16, ଖୋର୍ଦ୍ଧାରୁ 214, କୋରାପୁଟ 81, ମାଲକାନଗିରିରୁ 26, ମୟୁରଭଞ୍ଜରୁ 13, ନବରଙ୍ଗପୁର ରୁ 33, ନୟାଗଡରୁ 67, ନୂଆପଡାରୁ 9, ପୁରୀ ରେ 36, ରାୟଗଡାରେ 40, ସମ୍ବଲପୁରରେ 56, ସୋନପୁର ରେ 5 ଓ ସୁନ୍ଦରଗଡ ରେ 75 ।

ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ 31,877 ରେ ପହଞ୍ଚି ଥିବାବେଳେ ସୁସ୍ଥ ହୋଇଛନ୍ତି 19,745 ଓ ସକ୍ରିୟ ଅଛନ୍ତି 11,918 ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details