ଭୁବନେଶ୍ବର: ରାଜ୍ୟରେ 30ଟି ଜିଲ୍ଲାରେ 1480 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବ ଅପେକ୍ଷା ରାଜ୍ୟରେ 2 ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ।
ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 858 ଚିହ୍ନଟ ହୋଇଥିବା ବେଳେ, 622 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଖୋର୍ଦ୍ଧାରେ 110 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରେ 106, ଅନୁଗୋଳ 141, ବାଲେଶ୍ବରରେ 84, ବରଗଡରେ 49, ଭଦ୍ରକରେ 24, ବଲାଙ୍ଗିରରେ 44, ବୌଦ୍ଧରେ 12, ଢେଙ୍କାନାଳରେ 25, ଗଜପତିରେ 6, ଗଞ୍ଜମରେ 20, ଜଗତସିଂହପୁରରେ 72, ଯାଜପୁରରେ 56, ଝରସୁଗୁଡ଼ାରେ 50, କଳାହାଣ୍ଡିରେ 24, କନ୍ଧମାଳରେ 7, କେନ୍ଦ୍ରାପଡା ରେ 51, କେନ୍ଦୁଝର 87, କୋରାପୁଟ 39, ମାଲକାନଗିରିରେ 23, ମୟୂରଭଞ୍ଜରେ 113, ନବରଙ୍ଗପୁରରେ 40, ନୟାଗଡ 28 , ନୂଆପଡାରେ 44, ପୁରୀରେ 47, ରାୟଗଡାରେ 8, ସମ୍ବଲପୁରରେ 29, ସୋନପୁରରେ 14, ସୁନ୍ଦରଗଡରେ 90, ଷ୍ଟେଟ ପୋଲ 26 ।