ଓଡିଶା

odisha

ETV Bharat / city

147 ମୃର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀଙ୍କୁ ମିଳିଲା ନିଯୁକ୍ତି - ମୂର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀ

ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା ପାଇଁ 147 ଜଣ ନୂତନ ମୃର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ କୃଷି ଭବନ ପରିସରରେ କୃଷି ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 28, 2019, 9:07 PM IST

ଭୁବନେଶ୍ବର: ମୃର୍ତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପରିଚାଳନା ପାଇଁ 147 ଜଣ ନୂତନ ମୃର୍ତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ କୃଷି ଭବନ ପରିସରରେ କୃଷି ବିଭାଗ ପକ୍ଷରୁ ଆୟୋଜିତ କର୍ମଶାଳାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ 5‘ଟି’ ମନ୍ତ୍ର ଅନୁସାରେ କାର୍ଯ୍ୟକରିବାକୁ ସେମାନଙ୍କୁ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ଅବସରରେ ସରକାରଙ୍କ ଲକ୍ଷ୍ୟ ଅନୁସାରେ ତୃଣମୂଳ ସ୍ତରରେ କୃଷକଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କ ଉନ୍ନତି ବିଧାନ କରିବା ସହ ରାଜ୍ୟର ପ୍ରଗତିରେ ନିଜକୁ ସାମିଲ କରିବାକୁ ନୂତନ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । କର୍ମଶାଳାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details