ଓଡିଶା

odisha

ETV Bharat / city

ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1434 କୋରୋନା ପଜିଟିଭ ଚିହ୍ନଟ - ଆଜି ପୁଣି 1434 କୋରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1434 କୋରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1434 କୋରୋନା ପଜିଟିଭ ଚିହ୍ନଟ

By

Published : Aug 2, 2020, 11:04 AM IST

Updated : Aug 2, 2020, 11:45 AM IST

11:01 August 02

ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ଆଜି ପୁଣି 1434 କୋରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଅଣାୟତ କୋରୋନା, ଆଜି ପୁଣି 1434 କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର:  ରାଜ୍ୟରେ ଅଣାୟତ କୋରୋନା । ଆଜି ରାଜ୍ୟର ୨୯ ଜିଲ୍ଲାରୁ ପୁଣି 1434 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ 889 ଚିହ୍ନଟ ହୋଇଥିବା ବେଳେ 545 ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।  

ଗଞ୍ଜାମରୁ ସର୍ବାଧିକ 320 ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 218 ସଂକ୍ରମିତ ହୋଇଛନ୍ତି । ସେହିପରି ଅନୁଗୋଳରୁ 9, ବାଲେଶ୍ବରରୁ 12, ବରଗଡରୁ 5, ଭଦ୍ରକରୁ 25, ବୌଦ୍ଧରୁ 5, କଟକ ରୁ 123, ଦେବଗଡରୁ 2, ଢେଙ୍କାନାଳରୁ 13, ଗଜପତିରୁ 91,  ଜଗତସିହପୁରରୁ 13, ଯାଜପୁରରୁ 57, ଝାରସୁଗୁଡା 6, କଳାହାଣ୍ଡି 18, କନ୍ଧମାଳ 44, କେନ୍ଦ୍ରାପଡା 22, କେନ୍ଧୁଝର 2, କୋରାପୁଟରୁ 12, ମାଲକାନଗିରିରୁ 24, ମୟୂରଭଞ୍ଜରୁ 1 ଚିହ୍ନଟ ହୋଇଛନ୍ତି ।  

ସେହିପରି ନବରଙ୍ଗପୁରରୁ 2, ନୟାଗଡରୁ 8, ନୂଆପଡାରୁ 7, ପୁରୀରୁ 65, ରାୟଗଡାରୁ 197, ସମ୍ବଲପୁରରୁ 51, ସୋନପୁରରୁ 6, ସୁନ୍ଦରଗଡରୁ 76 ଚିହ୍ନଟ ହୋଇଛନ୍ତି ।  

ତେବେ ରାଜ୍ୟରେ ପଜିଟିଭ ସଂଖ୍ୟା 34913ରେ ପହଞ୍ଚିଥିବାବେଳେ 21 ହଜାର 273   ସୁସ୍ଥ ହୋଇ ଫେରିଛନ୍ତି । ଏବେ ଆକ୍ଟିଭ ମାମଲା 13404 ରହିଛି  । ସେପଟେ ଏବେ ସୁଦ୍ଧା ମୋଟ 5 ଲକ୍ଷ 43 ହଜାର 316 ଟେଷ୍ଟି ସରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ଭୁବନେଶ୍ବରରୁ ବିକାଶ ଦାସ,  ଇଟିଭି ଭାରତ 

Last Updated : Aug 2, 2020, 11:45 AM IST

ABOUT THE AUTHOR

...view details