ଓଡିଶା

odisha

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 1409 ଆରୋଗ୍ୟ - covid-19 in odisha

ରାଜ୍ୟରେ ସର୍ବାଧିକ 1409 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ । ରାଜ୍ୟରେ 24 ହଜାର ସୁସ୍ଥ ସଂଖ୍ୟା ଛୁଇଁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ ଗୋଟିଏ ଦିନରେ 1409 ଆରୋଗ୍ୟ
ରାଜ୍ୟରେ ଗୋଟିଏ ଦିନରେ 1409 ଆରୋଗ୍ୟ

By

Published : Aug 4, 2020, 9:02 PM IST

ଭୁବନେଶ୍ବର: ରାଜ୍ୟରେ ସର୍ବାଧିକ 1409 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ । ରାଜ୍ୟରେ 24 ହଜାର ସୁସ୍ଥ ସଂଖ୍ୟା ଛୁଇଁଛି । ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟରେ 30ଟି ଜିଲ୍ଲାରେ 1409 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 24482 ପହଞ୍ଚିଛି ।

ଗଞ୍ଜାମରେ 258 ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରେ 218, ରାୟଗଡାରେ 128, ସୁନ୍ଦରଗଡରେ 122, ପୁରୀରେ 121, ଗଜପତିରେ 120, କୋରାପୁଟରେ 84, କଟକରେ 68, ବାଲେଶ୍ୱରରେ 58, ନବରଙ୍ଗପୁରରେ 34, କନ୍ଧମାଳରେ 30, କେନ୍ଦୁଝରରେ 19, ଯାଜପୁରରେ 25 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ମାଲକାନଗିରିରେ 24, ବରଗଡରେ 12, କେନ୍ଦ୍ରାପଡାରେ 12, ଝାରସୁଗୁଡାରେ 11, ନୟାଗଡରେ 10, ବୌଦ୍ଧରେ 9, ନୂଆପଡାରେ 8, ମୟୂରଭଞ୍ଜରେ 7, ଢେଙ୍କାନାଳରେ 5, ଭଦ୍ରକରେ 4, ଅନୁଗୋଳ ଓ ଜଗତସିଂହପୁରରେ 2, ଦେଓଗଡ ଓ କଳାହାଣ୍ଡିରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 24482 ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details