ଭୁବନେଶ୍ବର: ପୁଣି ରାଜ୍ୟରୁ 14 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା 75ରେ ପହଞ୍ଚିଛି । ସୂଚନା ଅନୁଯାୟୀ ରାଜ୍ୟରୁ ଜଣେ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଏହା ମଧ୍ୟ ପଢନ୍ତୁ:-ଜାନୁଆରୀ 25 ସୁଦ୍ଧା ପିକ୍ ଛୁଇଁବ କୋରୋନା: ସ୍ବାସ୍ଥ୍ୟ ବିଶେଷଜ୍ଞ
ତେବେ ରାଜ୍ୟ ତଥା ଦେଶରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସମୟରେ ଚିନ୍ତା ବଢାଉଛି ଓମିକ୍ରନ । ଏହି ପରିପ୍ରେକ୍ଷୀରେ ପୁଣି 14 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 8 ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ 6 ଜଣ ବିଦେଶ ଫେରନ୍ତା ଅଛନ୍ତି । ଦକ୍ଷିଣ ଆଫ୍ରିକାରୁ 3 ଜଣ, ନରୱେ, କାତାର ଓ ସିଙ୍ଗାପୁରରରୁ ଫେରିଥିବା ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ