ଓଡିଶା

odisha

ETV Bharat / city

14 ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା, ମତ୍ସଜୀବୀଙ୍କୁ ସମୁଦ୍ର ମନା - ଭୁବନେଶ୍ବର

ରାଜ୍ୟରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଲାଗି ରହିବ ଲଘୁଚାପ ଜନିତ ବର୍ଷା । 14 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା । ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 25, 2019, 11:20 PM IST

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ଲଘୁଚାପ ଜନିତ ବର୍ଷା । 14ଟି ଜିଲ୍ଲାକୁ ଦିଆଯାଇଛି ସତର୍କ ସୂଚନା। ମୟୁରଭଞ୍ଜ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, କଟକ, ଯାଜପୁର, କୋରାପୁଟ, ଖୋର୍ଦ୍ଧା, ପୁରୀ, ବାଲେଶ୍ଵର, କେନ୍ଦ୍ରାପଡା, ଭଦ୍ରକ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟ ପଟେ ଗୁରୁବାର ଠାରୁ ଆସନ୍ତା 3 ଦିନ ଧରି ବର୍ଷା ଲାଗିରହିବା ସହ 27 ଓ 28 ତାରିଖରେ ମସ୍ୟଜୀବୀ ମାନଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଆଉ ଯେଉଁ ମସ୍ୟଜୀବୀ ସମୁଦ୍ର ଭିତରେ ବର୍ତ୍ତମାନ ଅଛନ୍ତି ସେମାନଙ୍କୁ 26 ତାରିଖ ସୁଦ୍ଧା ଫେରିବାକୁ ନିର୍ଦ୍ଦେଶ ଦେଇଛି ପାଣିପାଗ ବିଭାଗ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details