ଓଡିଶା

odisha

ETV Bharat / city

ମାଟ୍ରିକ ମାର୍କ ବିବାଦ, ପରୀକ୍ଷା ଫଳରୁ ବଞ୍ଚିତ 139 ଦୃଷ୍ଟିହୀନ ଛାତ୍ରଛାତ୍ରୀ - ଦୃଷ୍ଟିହୀନ ଛାତ୍ରଛାତ୍ରୀ ସମସ୍ୟା

ମାଟ୍ରିକ ମାର୍କ ବିବାଦ । ପରୀକ୍ଷା ଫଳରୁ ବଞ୍ଚିତ ହୋଇଛନ୍ତି 139 ଦୃଷ୍ଟିହୀନ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ପରୀକ୍ଷା ଫଳରୁ ବଞ୍ଚିତ 139 ଦୃଷ୍ଟିହୀନ ଛାତ୍ରଛାତ୍ରୀ
ପରୀକ୍ଷା ଫଳରୁ ବଞ୍ଚିତ 139 ଦୃଷ୍ଟିହୀନ ଛାତ୍ରଛାତ୍ରୀ

By

Published : Jul 2, 2021, 10:24 PM IST

Updated : Jul 3, 2021, 7:54 AM IST

ଭୁବନେଶ୍ବର:ବିବାଦରେ ମାଟ୍ରିକ ପରୀକ୍ଷା ଫଳ । ପ୍ରକାଶିତ ମାଟ୍ରିକ ଫଳରୁ ବଞ୍ଚିତ ହୋଇଛନ୍ତି 9ଟି ସ୍ୱତନ୍ତ୍ର ସ୍କୁଲର 139 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଜୁଲାଇ 22 ତାରିଖ ମଧ୍ୟରେ ଭିନ୍ନକ୍ଷମ ବିଭାଗ ଓ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ତଲବ କରାଯାଇଛି ।

ମାଟ୍ରିକ ମାର୍କ ବିବାଦ, ପରୀକ୍ଷା ଫଳରୁ ବଞ୍ଚିତ 139 ଦୃଷ୍ଟିହୀନ ଛାତ୍ରଛାତ୍ରୀ

ରାଜ୍ୟରେ 9ଟି ସ୍ପେଶାଲ ସ୍କୁଲର 139 ଦୃଷ୍ଟିହୀନ ତଥା ଶ୍ରବଣ ଦୁର୍ବଳ ଶିକ୍ଷାର୍ଥୀ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ଯେହେତୁ ଏହି ପ୍ରସଙ୍ଗଟି ଏକ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଜଡିତ ତେଣୁ ଆୟୋଗ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ।

ମାଟ୍ରିକ ମାର୍କ ବିବାଦ, ପରୀକ୍ଷା ଫଳରୁ ବଞ୍ଚିତ 139 ଦୃଷ୍ଟିହୀନ ଛାତ୍ରଛାତ୍ରୀ

ଆବେଦନକୁ ବିଚାରକୁ ନେଇ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗର ସଚିବ, ଭିନ୍ନକ୍ଷମ ବିଭାଗ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡକୁ ରିପୋର୍ଟ ତଲବ କରାଯାଇଛି । ଯେହେତୁ ଏହା ଛାତ୍ରମାନଙ୍କ ଭବିଷ୍ୟତ ସହିତ ଜଡିତ ସେ ଦୃଷ୍ଟିରୁ ଜୁଲାଇ 22 ସୁଦ୍ଧା ରିପୋର୍ଟଗୁଡିକ କମିଶନରଙ୍କ ନିକଟରେ ଦଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 3, 2021, 7:54 AM IST

ABOUT THE AUTHOR

...view details