ଭୁବନେଶ୍ବର:ରାଜ୍ୟରେ ମଙ୍ଗଳବାର 138 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ 22 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 32 ହଜାର 377ରେ ପହଞ୍ଚିଛି ।
ସୁସ୍ଥ ହୋଇଥିବା 138 ଜଣଙ୍କ ମଧ୍ୟରୁ ବଲାଙ୍ଗୀର, ଗଞ୍ଜାମ, କେନ୍ଦ୍ରାପଡା, କୋରାପୁଟ ଓ ଷ୍ଟେଟ ପୋଲରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ସୋନପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁର, ନବରଙ୍ଗପୁର, ରାୟଗଡ଼ାରୁ 3 ଜଣ ଲେଖାଏଁ , ଝାରସୁଗୁଡ଼ାରୁ 5ଜଣ, କଳହାଣ୍ଡିରୁ 6 ଜଣ, ନୂଆପଡ଼ାରୁ 8 ଜଣ, ସମ୍ବଲପୁରରୁ 10ଜଣ, କଟକରୁ 15 ଜଣ, ବରଗଡ଼ରୁ 18 ଜଣ, ସୁନ୍ଦରଗଡ଼ରୁ 22 ଜଣ ସୁସ୍ଥ ହୋଇଛନ୍ତି ।