ଓଡିଶା

odisha

ETV Bharat / city

ଆସୁଛି ତୃତୀୟ ଲହର, 24 ଘଣ୍ଟାରେ ରାଜ୍ୟରେ 138 ଶିଶୁ ଆକ୍ରାନ୍ତ - ଶିଶୁ ଆକ୍ରାନ୍ତ

ରାଜ୍ୟରେ ଚିନ୍ତା ବଢାଇଛି କୋରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ବର୍ଷରୁ କମ ୧୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜ୍ୟରେ 24 ଘଣ୍ଟାରେ 18 ବର୍ଷରୁ କମ 138 ଶିଶୁ ଆକ୍ରାନ୍ତ
ରାଜ୍ୟରେ 24 ଘଣ୍ଟାରେ 18 ବର୍ଷରୁ କମ 138 ଶିଶୁ ଆକ୍ରାନ୍ତ

By

Published : Aug 15, 2021, 4:15 PM IST

ଭୁବନେଶ୍ବର: ତୄତୀୟ ଲହର ପାଇଁ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ ପରାମର୍ଶ କ୍ରମେ ଶିଶୁ ସଂକ୍ରମଣର ତଥ୍ୟ ଦିଆଯିବା ଆରମ୍ଭ ହୋଇଛି । ତେବେ ଗତ ୨୪ ଘଣ୍ଟାରେ ୭୯ ହଜାର ଟେଷ୍ଟ ମଧ୍ୟରୁ ୧୮ ବର୍ଷରୁ କମ ୧୩୮ ଜଣ ଶିଶୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

ତୄତୀୟ ଲହର ପାଇଁ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ ପରାମର୍ଶ ଅନୁସାରେ ଆଜି(ରବିବାର)ଠାରୁ ଶିଶୁ ସଂକ୍ରମଣର ତଥ୍ୟ ଦିଆଯିବା ଆରମ୍ଭ ହୋଇଛି । ଲକ୍ଷଣ ଥିବା ଶିଶୁଙ୍କ ତୁରନ୍ତ ଟେଷ୍ଟ କରିବା ପାଇଁ କିଛି ଦିନ ପୁର୍ବରୂ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ । ଗତ ୨୪ ଘଣ୍ଟାରେ ୭୯ ହଜାର ଟେଷ୍ଟ ମଧ୍ୟରୁ ୧୮ ବର୍ଷରୁ କମ ୧୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପରିସଂଖ୍ୟାନ ଅନୁସାରେ ଟେଷ୍ଟିଂର ୧୫ ପ୍ରତିଶତ ଯାଏଁ ଶିଶୁ ସଂକ୍ରମିତ ହୋଇପାରିଵେ। ଶିଶୁ ସଂକ୍ରମଣର ଟ୍ରେଣ୍ଡ ଜାଣିବା ପାଇଁ କିଛି ସମୟ ଆବଶ୍ୟକ।

ଏବେଠାରୁ ଶିଶୁଙ୍କୁ ସର୍ଭିଲାନ୍ସରେ ରଖିବା ସହ ଅଧିକ ସଂଖ୍ୟକ ଶିଶୁଙ୍କ ଟେଷ୍ଟିଂ କରାଯିବ । ଶିଶୁଙ୍କ ଚିକିତ୍ସା ପାଇଁ ଭାରତ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ନୂତନ ଟାସ୍କଫୋର୍ସର ତାଲିମ ଚାଲିଛି । ବର୍ତ୍ତମାନ ଭୟଭୀତ ହୁଅନ୍ତୁ ନାହିଁ, ସଠିକ ଟ୍ରେଣ୍ଡକୁ ଦେଖି ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details