ଭୁବନେଶ୍ବର: ବୁଧବାର ରାଜ୍ୟରେ 1340 କୋରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ମୋଟ କୋରୋନା ସୁସ୍ଥତା ସଂଖ୍ୟା 292477ରେ ପହଞ୍ଚିଛି ।
ଆଜି ରାଜ୍ୟରେ ସୁସ୍ଥ ହେଲେ 1340 କୋରୋନା ଆକ୍ରାନ୍ତ - କୋରୋନା ସୁସ୍ଥତା ସଂଖ୍ୟା
ବୁଧବାର ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଛନ୍ତି ଆଉ 1340 ଆକ୍ରାନ୍ତ । ଏହାସହ ରାଜ୍ୟରେ କୋରୋନାରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 292477ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ...

ଆଜି ଖୋର୍ଦ୍ଧାରୁ ସର୍ବାଧିକ 159 ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସୂଚନା ରହିଛି । ସେହିପରି ସୁନ୍ଦରଗଡ଼ରୁ 106, କଟକରୁ 99, ବଲାଙ୍ଗୀରରୁ 86, କେନ୍ଦ୍ରାପଡ଼ାରୁ 76, ବରଗଡ଼ରୁ 71, ନୂଆପଡ଼ାରୁ 70, ପୁରୀରୁ 63, ଜଗତସିଂହପୁରରୁ 56, କେନ୍ଦୁଝରରୁ 55, ମୟୂରଭଞ୍ଜରୁ 55, ବାଲେଶ୍ବରରୁ 45, ଯାଜପୁରରୁ 43, ଝାରସୁଗୁଡ଼ାରୁ 41, ସମ୍ବଲପୁରରୁ 33, ନବରଙ୍ଗପୁରରୁ 31, ଭଦ୍ରକରୁ 30, ଅନୁଗୁଳରୁ 28, କଳାହାଣ୍ଡିରୁ 27, ଗଞ୍ଜାମରୁ 25, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରୁ 21 ଜଣ ଲେଖାଏଁ, ଢେଙ୍କାନାଳରୁ 20, ସୁବର୍ଣ୍ଣପୁରରୁ 19, ନୟାଗଡ଼ରୁ 9, ଦେବଗଡ଼ରୁ 8, ରାୟଗଡ଼ାରୁ 5 ଓ ଷ୍ଟେଟ ପୁଲରୁ 17 ଜଣ ଆରୋଗ୍ୟ ଲାଭ କରିଛନ୍ତି ।