ବେକାବୁ କୋରୋନା: ରାଜ୍ୟରେ ପୁଣି 1320 ନୂଆ କୋରୋନା ପଜିଟିଭ ଚିହ୍ନଟ - କୋରୋନା ପଜିଟିଭ ଚିହ୍ନଟ
10:14 July 25
ବେକାବୁ କୋରୋନା: ରାଜ୍ୟରେ ପୁଣି 1320 ନୂଆ କୋରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର:ରାଜ୍ୟରେ 1320 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 887 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 433 ରହିଛି । ମୋଟ ପଜିଟିଭ ସଂଖ୍ୟା 24013ରେ ପହଞ୍ଚିଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନୁଗୁଳରୁ 6, ବାଲେଶ୍ଵରରରୁ 23, ବରଗଡରୁ 14, ଭଦ୍ରକରୁ 28, ବଲାଙ୍ଗୀରରୁ 9, କଟକରୁ 47, ଦେବଗଡରୁ 1, ଗଜପତିରୁ 90, ଗଞ୍ଜାମରୁ 560, ଜଗତସିଂହପୁରରୁ 3, ଯାଜପୁରରୁ 23 ଓ ଝାରସୁଗୁଡାରୁ 2ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କଳାହାଣ୍ଡିରୁ 1, କନ୍ଧମାଳରୁ 39, କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 24, ଖୋର୍ଦ୍ଧାରୁ 174, କୋରାପୁଟରୁ 30 ପଜିଟିଭ ମାମଲା ରହିଛି । ନୟାଗଡରୁ 38, ନୂଆପଡାରୁ 4, ପୁରୀରୁ 90, ରାୟଗଡାରୁ 5, ସୋନପୁରରୁ 1 ଓ ସୁନ୍ଦରଗଡରୁ 47ଟି କୋଭିଡ ମାମଲା ଆସିଛି । ତେବେ ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 24013ରେ ପହଞ୍ଚିଛି । 15200 ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା 8650 ରହିଛି । ରାଜ୍ୟରେ ମୋଟ କୋରୋନା 446311 ଟେଷ୍ଟ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ