ଭୁବନେଶ୍ବର:ଦିନକ ପରେ ପୁଣି ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 1315 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 762 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 553ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 82 ହଜାର 181ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 413 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
STATE CORONA: ଦିନକରେ ୧୩୧୫ ପଜିଟିଭ ଚିହ୍ନଟ - କୋରୋନା ନ୍ୟୁଜ
ପୁଣି ରାଜ୍ୟରେ ବଢିଲା ଦୈନିକ କୋରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ 1315 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA : ଦିନକରେ ୧୩୧୫ ପଜିଟିଭ ଚିହ୍ନଟ
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 52, ବାଲେଶ୍ବରରୁ 43, ବରଗଡ଼ରୁ 2, ଭଦ୍ରକରୁ 49, ବଲାଙ୍ଗୀରରୁ 4, ବୌଦ୍ଧରୁ 4, କଟକରୁ 198, ଦେବଗଡ଼ରୁ7, ଢେଙ୍କାନାଳରୁ 18 , ଗଞ୍ଜାମରୁ 5, ଜଗତସିଂହପୁରରୁ 53, ଯାଜପୁରରୁ 89, କଳାହାଣ୍ଡିରୁ 4, କନ୍ଧମାଳରୁ 4, କେନ୍ଦ୍ରାପଡ଼ାରୁ 28, କେନ୍ଦୁଝରରୁ 13, କୋରାପୁଟରୁ 6, ମାଲକାନଗିରିରୁ 5, ମୟୂରଭଞ୍ଜରୁ 62, ନବରଙ୍ଗପୁରରୁ 4, ନୟାଗଡ଼ରୁ 25, ନୂଆପଡା 6, ପୁରୀରୁ 67, ରାୟଗଡ଼ାରୁ 12, ସମ୍ବଲପୁରରୁ 23, ସୋନପୁରରୁ 8, ସୁନ୍ଦରଗଡ଼ରୁ 16, ଷ୍ଟେଟ ପୁଲ୍ରୁ 84 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ