ଭୁବନେଶ୍ବର: ରାଜ୍ୟରେ ଶନିବାର 14ଟି ଜିଲ୍ଲାରୁ ସର୍ବାଧିକ 173 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2781ରେ ପହଞ୍ଚିଛି । ଅନ୍ୟପକ୍ଷରେ 1167ଟି ସକ୍ରିୟ ମାମଲା ରହିଥିବା ବେଳେ 1604 ଜଣ ସୁସ୍ଥ ହେଲେଣି । ସେହିପରି 8 ଜଣଙ୍କର ମୃତ୍ୟୁ ଘଟିଛି ।
ରାଜ୍ୟରେ 173 ନୂଆ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 2781କୁ ବୃଦ୍ଧି - corona updates
![ରାଜ୍ୟରେ 173 ନୂଆ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 2781କୁ ବୃଦ୍ଧି ରାଜ୍ୟରେ 21ଟି ଜିଲ୍ଲାରୁ 130 କୋରୋନା ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-7496710-thumbnail-3x2-corona.jpg)
11:49 June 06
11:49 June 06
11:43 June 06
ରାଜ୍ୟରେ 173 ନୂଆ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 2781କୁ ବୃଦ୍ଧି
ରାଜ୍ୟରେ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ରାଜ୍ୟର ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । କ୍ବାରେଣ୍ଟାଇନ ସେଣ୍ଟରରୁ 150 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 23 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ରାଜ୍ୟର ଗଞ୍ଜାମରେ 64 ଜଣ କୋରୋନା ପଜିଟିଭ ରହିଥିବା ବେଳେ ଯାଜପୁରରେ 19, ଖୋର୍ଦ୍ଧାରେ 9, ଝାରସୁଗୁଡାରେ 1, ନୟାଗଡରେ 7, କଟକରେ 13, ମୟୂରଭଞ୍ଜରେ 13, ଭଦ୍ରକରେ 4, କଳାହାଣ୍ଡିରେ 2, ଗଜପତିରେ 10, ବଲାଙ୍ଗୀରରେ 11, ବାଲେଶ୍ବରରେ 11, ପୁରୀରେ 1 ଓ ନୂଆପଡାରେ 8 ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟ 9 ଟି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଦେଖିବାକୁ ମିଶିଛି ।
06:04 June 06
ରାଜ୍ୟରେ 21ଟି ଜିଲ୍ଲାରୁ 130 କୋରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର 21ଟି ଜିଲ୍ଲାରେ 130 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2608ରେ ପହଞ୍ଚିଛି । ଅନ୍ୟପକ୍ଷରେ 1117ଟି ସକ୍ରିୟ ମାମଲା ରହିଥିବା ବେଳେ 1481 ଜଣ ସୁସ୍ଥ ହେଲେଣି । ସେହିପରି 8 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶୁକ୍ରବାର ରାଜ୍ୟର ସର୍ବାଧିକ 21ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ 124 ଜଣ ଚିହ୍ନଟ ହୋଇଥିବା ବେଳେ 6 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ 22ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋରାପୁଟରେ 6, ପୁରୀରେ 1, ରାୟଗଡାରେ 1, ଯାଜପୁରରେ 3, ଜଗସିଂହପୁରରେ 1, ଗଜପତିରେ 7, ମୟୂରଭଞ୍ଜରେ 22, କଟକରେ 23, ଅନୁଗୋଳରେ 1, ବରଗଡରେ 4, ଢେଙ୍କାନାଳରେ 2, ବଲାଙ୍ଗୀରରେ 3, ଭଦ୍ରକରେ 4, କେନ୍ଦୁଝରରେ 2, କନ୍ଧମାଳରେ 3, କଳାହାଣ୍ଡିରେ 3, ଗଞ୍ଜାମରେ 12, ସୁନ୍ଦରଗଡରେ 7, ସୋନପୁରରେ 1 ଓ କେନ୍ଦ୍ରାପଡାରେ 2 ଜଣ ଚିହ୍ନଟ ହୋଇଛନ୍ତି ।