ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ନେଲା 13 ଜୀବନ। ଗଲା 24 ଘଣ୍ଟାରେ 13 ଜଣ କୋରୋନାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା 682 ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତଙ୍କ ମଧ୍ୟରେ ବରଗଡ 25 ବର୍ଷର ଯୁବକ ରହିଥିଲା ବେଳେ ବଲାଙ୍ଗିରର 82 ବର୍ଷର ଯୁବକ, ଭୁବନେଶ୍ୱରରେ 49 ବର୍ଷର ପୁରୁଷ, କଟକରେ 65 ବର୍ଷର ମହିଳା, ଗଜପତିରେ 53 ବର୍ଷର ମହିଳା, କନ୍ଧମାଳ 77 ବର୍ଷର ପୁରୁଷ, ଖୋର୍ଦ୍ଧାରେ 78 ଓ 39 ବର୍ଷର 2 ମହିଳା, କେନ୍ଦ୍ରାପଡାରେ 90 ଓ 97 ବର୍ଷର 2 ମହିଳା , ମୟୁରଭଞ୍ଜ ରେ 50 ବର୍ଷର ପୁରୁଷ, ପୁରୀ ରେ 65 ବର୍ଷର ପୁରୁଷ, ପୁରୀରେ 79 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି।