ଓଡିଶା

odisha

By

Published : Sep 17, 2020, 12:41 PM IST

ETV Bharat / city

ରାଜ୍ୟରେ ପୁଣି କିଲର କୋରୋନା ନେଲା 13 ମୁଣ୍ଡ

ସାରା ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ରାଜ୍ୟରେ ଆଜି ପୁଣି କୋରୋନା 13 ଜଣଙ୍କର ମୁଣ୍ଡ ନେଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 669 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ରାଜ୍ୟରେ ପୁଣି କୋରୋନା ନେଲା 13 ମୁଣ୍ଡ
ରାଜ୍ୟରେ ପୁଣି କୋରୋନା ନେଲା 13 ମୁଣ୍ଡ

ଭୁବନେଶ୍ବର: ସାରା ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ରାଜ୍ୟରେ ଆଜି ପୁଣି କୋରୋନା 13 ଜଣଙ୍କର ମୁଣ୍ଡ ନେଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 669 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

ତେବେ 13 ମୃତ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ କଟକରୁ ଜଣେ, ସୁନ୍ଦରଗଡରୁ ଜଣେ, ଗଜପତିରୁ 2 ଜଣ, ଖୋର୍ଦ୍ଧାରେ 4ଜଣ, ପୁରୀରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ରାଜ୍ୟରେ ସର୍ବାଧିକ 4241 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,67,161ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1,29,859 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 36,580 ଆକ୍ରାନ୍ତ ଏବେବି ରାଜ୍ୟର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details