ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ 21 ମନ୍ତ୍ରୀ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆମନ୍ତ୍ରୀଙ୍କୁ ଲୋକସେବା ଭବନର କନଭେନସନ ହଲ୍ରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ।
ମନ୍ତ୍ରୀ ତାଲିକାରେ ନୂଆ ଚେହେରା ଭାବେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ବିଜେପୁର ବିଧାୟକ ରୀତା ସାହୁ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଶପଥ ପାଠ କରିଥିବା ବେଳେ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ପ୍ରମିଳା ମଲ୍ଲିକ, ଊଷା ଦେବୀ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ଦେବ ଓ ପ୍ରଦୀପ ଅମାତ । ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ନବକିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ସମୀର ରଞ୍ଜନ ଦାସ, ପ୍ରଫୁଲ୍ଲ ମଲ୍ଲିକ ଓ ଜଗନ୍ନାଥ ସାରକାଙ୍କ ଉପରେ ନବୀନ ପୁନଃ ଆସ୍ଥା ପ୍ରକଟ କରିଛନ୍ତି । ଏମାନେ ପୁଣି ଶପଥ ନେଇଛନ୍ତି ।
କ୍ୟାବିନେଟ ମନ୍ତ୍ରୀ:-
- ଜଗନ୍ନାଥ ସାରକା କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମେ ଶପଥ ପାଠ କରିଥିବା ବେଳେ ମନ୍ତ୍ରୀ ମଣ୍ଡଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।
- ଦ୍ବିତୀୟରେ ଶପଥ ନେଇଛନ୍ତି ନିରଞ୍ଜନ ପୂଜାରୀ । ଅର୍ଥ ଅବକାରୀ ବିଭାଗର ମନ୍ତ୍ରୀ ଥିଲେ । ପଶ୍ଚିମ ଓଡିଶାର ଟାଣୁଆ ନେତା ୨୦୦୦ରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ବାଚସ୍ପତି ରହିଥିବା ବେଳେ ବିନିକାରୁ ଦୁଇଥର ବିଧାୟକ ଓ ସୁବର୍ଣ୍ଣପୁରରୁ ୩ ଥର ବିଧାୟକ ରହିଛନ୍ତି ।
- ତୃତୀୟରେ ଶପଥ ନେଲେ ଆଠଗଡ଼ରୁ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ।
- ଯାଜପୁର ବିଞ୍ଝାପୁର ଆସନରୁ ୬ ଥର ନିର୍ବାଚିତ ହୋଇଥିବା ବିଧାୟିକା ପ୍ରମିଳା ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୩ ଥର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ । ସରକାରୀ ଦଳର ମଧ୍ୟ ମୁଖ୍ୟ ସଚେତକ ଥିଲେ ।
- ଚିକିଟି ବିଧାୟିକା ଊଷା ଦେବୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । ଯୋଜନା ଓ ସଂଯୋଜନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ୨୦୦୦ ମସିହାରୁ ସେ ଲଗାତାର ଭାବେ ନିର୍ବାଚନରେ ବିଜୟିନୀ ହୋଇଆସୁଛନ୍ତି । ସେ ଚିକିଟିରୁ ୬ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।
- ପ୍ରଫୁଲ୍ଲ ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଢେଙ୍କାନାଳ କାମାକ୍ଷାନଗରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୯ରୁ ପୂର୍ତ୍ତ ବିଭାଗ ଓ ଇସ୍ପାତ ଖଣି ମନ୍ତ୍ରୀ ଥିଲେ ।
- ଆଳି ବିଧାୟକ ପ୍ରତାପ କେଶରୀ ଦେବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୦୦ ମସିହାରୁ ଲଗାତାର ୪ ଥର ନିର୍ବାଚିତ ହୋଇଛନ୍ତି । ନିଯୁକ୍ତି, ବୈଷୟିକ ଶିକ୍ଷା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସହିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।
- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବରୁ ଶକ୍ତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସହ ଲୋକ ସମ୍ପର୍କ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । କେନ୍ଦ୍ରାପଡ଼ାରୁ ସେ ୪ ଥର ନିର୍ବାଚିତ ହୋଇଛନ୍ତି ।
- ବୌଦ୍ଧ ବିଧାୟକ ପ୍ରଦୀପ ଅମାତ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୦୪ରୁ ବିଜେଡ଼ି ଟିକେଟ ପାଇଁ ନିର୍ବାଚିତ ହୋଇଆସୁଛନ୍ତି । ପୂର୍ବରୁ ସ୍ବାଧୀନ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ବୌଦ୍ଧରୁ ଲଗାତର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ ।