ଭୁବନେଶ୍ବର : ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇଛି ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ । ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଚାଲିଛି 12 ତମ କଳିଙ୍ଗ ହର୍ବାଲ ମେଳା 2019। ଏହି ମେଳାରେ ବିରଳ ଔଷଧୀୟ ବୃକ୍ଷ ଗୁଡିକ ଦେଖିବାକୁ ମିଳୁଛି ।
ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଗତ 2008 ମସିହାରୁ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ କରି ଆସୁଛି। କଳିଙ୍ଗ ହର୍ବାଲ ମେଳା 2019ରେ ରାଜ୍ୟର କୋଣ ଅନୁକୋଣକରୁ ଅନେକ ଵୈଦ ଆସିଛନ୍ତି। ଲୋକମାନଙ୍କୁ ବିଭିନ୍ନ ଆୟୁର୍ବେଦ ଚିକିତ୍ସା ଓ ପୁରୁଣା ପାରମ୍ପାରିକ ଚିକିତ୍ସା ପଦ୍ଧତି ବିଷୟରେ ଅବଗତ କରାଯିବା ସହ ଦିନକୁ ଦିନ ଅନେକ ହଜି ଯାଉଥିବା ଔଷଧୀୟ ବୃକ୍ଷକୁ ବେଶ ସୁଲଭ ମୂଲ୍ୟରେ ମେଳାରେ ଲୋକଙ୍କୁ ବିକ୍ରି କରାଯାଉଛି । ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ରାଜଧାନୀର ୟୁନିଟ 3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଚାଲିବ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଭାଗୀୟ ସଚିବ ଡ଼ ମୋନା ଶର୍ମା ଯୋଗ ଦେଇ କଳିଙ୍ଗ ହର୍ବାଲ ମେଳା 2019 ଉଦଘାଟନ କରିଥିଲେ।