ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବ ଦ୍ବାଦଶ ଆନ୍ତର୍ଜାତୀୟ ଚେସ ପ୍ରତିଯୋଗିତା । ଆସନ୍ତା ମେ 31ରୁ ଜୁନ 7 ପର୍ଯ୍ୟନ୍ତ ଚେସବୋର୍ଡରେ ଚାଲିବ ରଥୀ ମହାରଥୀଙ୍କ ଗୋଟି । ଯେଉଁଥିରେ ଭାଗ ନେବେ ହାରାହାରି 3000ରୁ ଊର୍ଦ୍ଧ୍ବ ଚେସ ଖେଳାଳୀ ।
କିଟ୍ରେ ଦ୍ବାଦଶ ଆନ୍ତର୍ଜାତୀୟ ଚେସ ପ୍ରତିଯୋଗିତା, ଭାଗନେବେ 30 ଦେଶ - kit university
ଆସନ୍ତା ମେ 31ରୁ ଜୁନ 7 ପର୍ଯ୍ୟନ୍ତ କିଟ୍ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବ ଦ୍ବାଦଶ ଆନ୍ତର୍ଜାତୀୟ ଚେସ ପ୍ରତିଯୋଗିତା । ଭାରତ ସମେତ 30ଟି ଦେଶ ଏଥିରେ ଯୋଗ ଦେବେ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭାରତ ସମେତ 30ଟି ଦେଶ ଯଥା ତାଜିକସ୍ତାନ, ବେଲଜିୟମ, ୟୁଏସଏ, ଋଷ, ଶ୍ରୀଲଙ୍କା, ନେପାଳ, ମାଲେସିୟା, ଜାପାନ, ଫିଲିପାଇନ, ହଂକଂ, ଓମାନ, ମୋଗୋଲିଆ, ଭିଏତନାମ, ଆଫଗାନିସ୍ତାନ, ଆଫ୍ରିକା, ସାଉଥ କୋରିଆ, ସିଙ୍ଗାପୁର, ଗ୍ରୀସ ଭଳି ରାଜ୍ୟରୁ ଖେଳାଳୀ ଯୋଗ ଦେବେ । ଅନ୍ୟପଟେ ଗତବର୍ଷ ପୁରସ୍କାର ରାଶି 22 ଲକ୍ଷ ଟଙ୍କା ଥିବାବେଳେ ଚଳିତଥର ଏହା 25 ଲକ୍ଷକୁ ବୃଦ୍ଧି କରାଯାଇଥିବା କିଟ୍ର ଖେଳ ନିର୍ଦ୍ଦେଶକ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତ ରାୟ, ଇଟିଭି ଭାରତ