ଓଡିଶା

odisha

ETV Bharat / city

୨୦୨୫ ସୁଦ୍ଧା ଓଡିଶାରେ ୧,୨୮୦ ନୂଆ ଚେକ୍‌ ଡ୍ୟାମ - ଚେକ ଡ୍ୟାମ୍ ସମ୍ପର୍କରେ ଟୁକୁନି ସାହୁଙ୍କ ସୂଚନା

2025 ସୁଦ୍ଧା ରାଜ୍ୟରେ ନିର୍ମାଣ ହେବ 1,280 ନୂଆ ଚେକ୍‌ଡ୍ୟାମ । ଗୃହରେ ଏହି ସୂଚନା ଦେଲେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ

୨୦୨୫ ସୁଦ୍ଧା ଓଡିଶାରେ ୧,୨୮୦ ନୂଆ ଚେକ ଡ୍ୟାମ
୨୦୨୫ ସୁଦ୍ଧା ଓଡିଶାରେ ୧,୨୮୦ ନୂଆ ଚେକ ଡ୍ୟାମ

By

Published : Jul 21, 2022, 12:25 PM IST

ଭୁବନେଶ୍ବର:ଚାଷଜମିକୁ ଜଳ ଯୋଗାଣ ନେଇ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । 2025 ସୁଦ୍ଧା 1,280 ନୂଆ ଚେକଡ୍ୟାମ ନିର୍ମାଣ ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି । ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ କହିଛନ୍ତି ଯେ, ''ଆଡ଼ିବନ୍ଧ ଯୋଜନାରେ ରାଜ୍ୟରେ 15 ହଜାର 876 ଚେକ୍‌ଡ୍ୟାମ ନିର୍ମାଣ ଲାଗି ସରକାର ପ୍ରସ୍ତାବ ରଖିଛନ୍ତି ।"

୨୦୨୫ ସୁଦ୍ଧା ଓଡିଶାରେ ୧,୨୮୦ ନୂଆ ଚେକ ଡ୍ୟାମ

ଟୁକୁନି ସାହୁ ଆହୁରି ମଧ୍ୟ କହିଛନ୍ତି, "3 ବର୍ଷ ମଧ୍ୟରେ ଅର୍ଥାତ 2025 ସୁଦ୍ଧା 1,280 ନୂଆ ଚେକଡ୍ୟାମ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ।" ଏଥିପାଇଁ 8 ଶହ 11 କୋଟି 45 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବ୍ୟବସ୍ଥା କରାଯାଇଛି । ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details