ଓଡିଶା

odisha

ETV Bharat / city

ବଢୁଛି ସଂକ୍ରମଣ, ଭୁବନେଶ୍ୱରରେ ଗୋଟିଏ ଦିନରେ 126 ଆକ୍ରାନ୍ତ - ଭୁବନେଶ୍ୱରରେ ଗୋଟେ ଦିନ ରେ 126 ଆକ୍ରାନ୍ତ

ରାଜଧାନୀରେ ଦିନକୁ ଦିନ କାୟା ମେଲାଉଛି କୋରୋନା । ପ୍ରତିଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା । ଆଜି ପୁଣି 126 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ 77 ଚିହ୍ନଟ ହୋଇଥିବାବେଳେ 49 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି 133 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବଢୁଛି ସଂକ୍ରମଣ, ଭୁବନେଶ୍ୱରରେ ଗୋଟେ ଦିନରେ 126 ଆକ୍ରାନ୍ତ
ବଢୁଛି ସଂକ୍ରମଣ, ଭୁବନେଶ୍ୱରରେ ଗୋଟେ ଦିନରେ 126 ଆକ୍ରାନ୍ତ

By

Published : Aug 1, 2020, 7:32 PM IST

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ କାୟା ମେଲାଉଛି କୋରୋନା । ପ୍ରତିଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା । ଆଜି ପୁଣି 126 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ 77 ଚିହ୍ନଟ ହୋଇଥିବାବେଳେ 49 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ସେଥିମଧ୍ୟରୁ 10 ଜଣ ୟୁନିଟ-1 ର ତାରିଣୀ ବସ୍ତି, 9 ଜଣ ୟୁନିଟ-9 ର ବାୟା ବାବା ବସ୍ତି, 8 ଜଣ ପୋଲିସ କର୍ମଚାରୀ, 6 ଜଣ ଖଣ୍ଡଗିରି ତପବନ ବସ୍ତି, 4 ଜଣ ବରଗଡ ବ୍ରିଟି କଲୋନୀ, 3 ଜଣ ଆଇଗିଣିଆ, 3 ଜଣ ଓଲ୍ଡ ଟାଉନ, 3 ଜଣ ନୟାପଲ୍ଲୀ ନୂଆ ସାହି , 3 ଜଣ ବରମୁଣ୍ଡା, 2 ଜଣ ରସୁଲଗଡ ପାଲା ମଣ୍ଡପ, 2 ଜଣ ଆଇଆରସି ଭିଲେଜ, 2 ଜଣ ଲକ୍ଷ୍ମୀସାଗର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସୁନ୍ଦରପଦା, ଯଦୁପୁର, ଡମଣା ଛକ ଆଦି ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି 49 ଜଣ ସ୍ଥାନୀୟ ସଂକ୍ରମଣ ମଧ୍ୟରୁ 2 ଜଣ ସାଲିଆ ସାହି, 2 ଜଣ ନୀଳାଦ୍ରି ବିହାର , 4 ଜଣ ଡୁମଡୁମା, 2 ଜଣ ଚନ୍ଦ୍ରଶେଖରପୁର, 3 ଜଣ ଭରତପୁର ଦୂର୍ଗାମଣ୍ଡପ ନଗରରୁ ଚିହ୍ନଟ ହୋଇଛନ୍ତି । ସୁନ୍ଦରପଦା, ୟୁନିଟ-6, ଓଲ୍ଡ ଟାଉନ, ଭିଟାମାଟି, ସତ୍ୟନଗର, ମଞ୍ଚେଶ୍ୱର, ସହିଦନଗର, ବିଜେବି ନଗର, ନୟାପଲ୍ଲୀ, ଭୋଇ ନଗର, ବମୀଖାଲ ଆଦିରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ମୋଟ 133 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 2761ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଛନ୍ତି 1566 । ମୋଟ ଆକ୍ଟିଭ ମାମଲା 1276 ରହିଥିବା ବେଳେ 17 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details