ଓଡିଶା

odisha

ETV Bharat / city

ଘାତକ ଜୁନ; 1200ରୁ ଊର୍ଦ୍ଧ୍ବ ଜୀବନ ନେଇଛି କିଲର କୋରୋନା - ମହାମାରୀ

ରାଜ୍ୟରେ ଉପରମୁହାଁ ରହିଛି ମୃତ୍ୟୁସଂଖ୍ୟା । କେବଳ ଜୁନ ମାସରେ 1259 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

ଜୁନ ମାସରେ 1259ଜଣଙ୍କ ଜୀବନ ନେଇଛି ମହାମାରୀ
ଜୁନ ମାସରେ 1259ଜଣଙ୍କ ଜୀବନ ନେଇଛି ମହାମାରୀ

By

Published : Jul 2, 2021, 12:24 PM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ହେଲେ ଉପରମୁହାଁ ରହିଛି ମୃତ୍ୟୁସଂଖ୍ୟା । ପ୍ରତିଦିନ 40 ପାର କରୁଛି ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ କେବଳ ଜୁନରେ 12ଶହ ପାର ହୋଇଛି କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ। ଯାହା ଚିନ୍ତାର ବିଷୟ ହୋଇଛି । ନଜର ପକାନ୍ତୁ ଗଲା ମାସକର କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଉପରେ...

ଜୁନ 1ରୁ 30 ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା...

ଜୁନ 1- 37ମୃତ୍ୟୁ

ଜୁନ 2 -40ମୃତ୍ୟୁ

ଜୁନ 3 -42ମୃତ୍ୟୁ

ଜୁନ 4 -39ମୃତ୍ୟୁ

ଜୁନ 5 -40ମୃତ୍ୟୁ

ଜୁନ 6 -42ମୃତ୍ୟୁ

ଜୁନ 7 -41ମୃତ୍ୟୁ

ଜୁନ 8 -40ମୃତ୍ୟୁ

ଜୁନ 9 -43ମୃତ୍ୟୁ

ଜୁନ 10-44ମୃତ୍ୟୁ

ଜୁନ 11-43ମୃତ୍ୟୁ

ଜୁନ 12-47ମୃତ୍ୟୁ

ଜୁନ 13 -45 ମୃତ୍ୟୁ

ଜୁନ 14 -44 ମୃତ୍ୟୁ

ଜୁନ 15 -42 ମୃତ୍ୟୁ

ଜୁନ 16 -44 ମୃତ୍ୟୁ

ଜୁନ 17 -39 ମୃତ୍ୟୁ

ଜୁନ 18 -37 ମୃତ୍ୟୁ

ଜୁନ 19- 42 ମୃତ୍ୟୁ

ଜୁନ 20 -40 ମୃତ୍ୟୁ

ଜୁନ 21 -43 ମୃତ୍ୟୁ

ଜୁନ 22 -38 ମୃତ୍ୟୁ

ଜୁନ 23 -46 ମୃତ୍ୟୁ

ଜୁନ 24 -44 ମୃତ୍ୟୁ

ଜୁନ 25 -40 ମୃତ୍ୟୁ

ଜୁନ 26 -47 ମୃତ୍ୟୁ

ଜୁନ 27-39 ମୃତ୍ୟୁ

ଜୁନ 28-43 ମୃତ୍ୟୁ

ଜୁନ 29 -40 ମୃତ୍ୟୁ

ଜୁନ 30 -48 ମୃତ୍ୟୁ

ଉପରୋକ୍ତ ତଥ୍ୟ ଅନୁସାରେ ରାଜ୍ୟରେ କେବଳ ଜୁନ ମାସରେ 1259 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 4109କୁ ବୃଦ୍ଧି ହୋଇଛି ମୃତ୍ୟୁସଂଖ୍ୟା । ସରକାରୀ ତଥ୍ୟ ଅନୁଯାୟୀ, ଖୋର୍ଦ୍ଧାରୁ ସର୍ବାଧିକ 656 ଜଣ, ସୁନ୍ଦରଗଡରୁ 356, ପୁରୀରେ 234, ରାୟଗଡାରେ 144, ମୟୁରଭଞ୍ଜରେ 129, କଳାହାଣ୍ଡିରେ 171, ଗଞ୍ଜାମରେ 341, କଟକରେ 287, ବାଲେଶ୍ବରରେ 132, ବରଗଡରେ 141, ଝାରସୁଗୁଡାରେ 123, ସମ୍ବଲପୁରରେ 121 ଓ ଅନୁଗୁଳରେ 177 ଜଣ କୋରୋନାରେ ଆଖି ବୁଜିଲେଣି । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ସର୍ତକତା ଅବଲମ୍ବନ ନ କଲେ ଜୁଲାଇ ମାସରେ କୋପ ଦେଖାଇ ପାରେ କୋରୋନା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details