ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି କ୍ରମରେ ମଙ୍ଗଳବାର ରାଜ୍ୟର 14 ଜିଲ୍ଲାରେ 125 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ସୁସ୍ଥ ସଂଖ୍ୟା 3988ରେ ପହଞ୍ଚିଛି । ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ଏକ ପ୍ରକାର ଆଶ୍ବସ୍ତି ଆଣିଦେଇଛି ।
ରାଜ୍ୟର 14 ଜିଲ୍ଲାରେ 125 କୋରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା 3988 - corona recovered
ରାଜ୍ୟର 14 ଜିଲ୍ଲାରେ 125 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ସୁସ୍ଥ ସଂଖ୍ୟା 3988ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟର 14 ଜିଲ୍ଲାରେ 125 କୋରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା 3988
ଖୋର୍ଦ୍ଧାରେ ସର୍ବାଧିକ 33 ଜଣ ସୁସ୍ଥ ହୋଇଥିବାବେଳେ ପୁରୀରେ 17, କଟକରେ 14, ମୟୂରଭଞ୍ଜରେ 13, ଗଞ୍ଜାମରେ 10, କେନ୍ଦୁଝରରେ 9, ଯାଜପୁରରେ 8, ନୂଆପଡାରେ 6, କେନ୍ଦ୍ରପଡା ଓ ଜଗତସିଂହପୁରରେ 4 ଜଣ ଲେଖାଏଁ, ସୁନ୍ଦରଗଡରେ 3 ଜଣ, ବଲାଙ୍ଗୀରରେ 2 ଜଣ, କନ୍ଧମାଳ ଓ ମାଲକାନଗିରିରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ