ଓଡିଶା

odisha

ETV Bharat / city

ଗୋଟିଏ ଦିନରେ 1247 କୋରୋନା ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ପୂର୍ବ ଅପେକ୍ଷା ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ ସଂଖ୍ୟା । 30ଟି ଜିଲ୍ଲାରୁ 1247 ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କମୁଛି ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

By

Published : Oct 27, 2020, 12:01 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ଆଜି (ମଙ୍ଗଳବାର) 1247 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 729 ଚିହ୍ନଟ ହୋଇଥିବା ବେଳେ, 518 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଖୋର୍ଦ୍ଧା ରୁ 206 ଜଣ ଆକ୍ରାନ୍ତ ରହିଛନ୍ତି ।

ସେହିପରି କଟକରେ 105, ଅନୁଗୋଳ 69, ବାଲେଶ୍ବରରେ 23, ବରଗଡରେ 32, ଭଦ୍ରକରେ 7, ବଲାଙ୍ଗିରରେ 68, ବୌଦ୍ଧ 37, ଢେଙ୍କାନାଳରେ 40, ଗଞ୍ଜାମରେ 17, ଜଗତସିଂହପୁରରେ 54, ଯାଜପୁର ରେ 32, ଝାରସୁଗୁଡ଼ାରେ 35, କଳାହାଣ୍ଡିରେ 40, କନ୍ଧମାଳରେ 11, କେନ୍ଦ୍ରାପଡାରେ 49, କେନ୍ଦୁଝରରେ 41, କୋରାପୁଟରେ 26, ମାଲକାନଗିରିର 11, ମୟୂରଭଞ୍ଜରେ 71, ନବରଙ୍ଗପୁରରେ 12, ନୟାଗଡରେ 14 , ନୂଆପଡା 38, ପୁରୀରେ 22, ରାୟଗଡା 4, ସମ୍ବଲପୁରରେ 24, ସୋନପୁରରେ 18, ସୁନ୍ଦରଗଡରେ 96, ଷ୍ଟେଟପୁଲ 29 ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 83 ହଜାର 942 ରହିଥିବାବେଳେ, ସେଥିରୁ ସୁସ୍ଥ ହୋଇଛନ୍ତି 2 ଲକ୍ଷ 66 ହଜାର 105 ଜଣ । ତେବେ ମୋଟ 16 ହଜାର 512 ଜଣ ଚିକିତ୍ସାଧୀନ ରହିଛନ୍ତି । ମୋଟ ସଂକ୍ରମଣଙ୍କ ମଧ୍ୟରୁ 1272 ଜଣଙ୍କର ତେବେ ରାଜ୍ୟରେ ମୋଟ ଟେଷ୍ଟ 4385259 ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details