ଓଡିଶା

odisha

ETV Bharat / city

ଭାଙ୍ଗିଲା କୋରୋନାର ସର୍ବକାଳୀନ ରେକର୍ଡ, ରାଜ୍ୟରେ 12,235 ପଜିଟିଭ ଚିହ୍ନଟ - କୋରୋନା ପଜିଟିଭ

ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ଉପର ମୁହାଁ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 12ହଜାର 235 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

କୋରୋନାର ବିସ୍ଫୋରକ ରୂପ, ଦିନକରେ 12,235 ପଜିଟିଭ ଚିହ୍ନଟ
କୋରୋନାର ବିସ୍ଫୋରକ ରୂପ, ଦିନକରେ 12,235 ପଜିଟିଭ ଚିହ୍ନଟ

By

Published : May 7, 2021, 6:51 AM IST

ଭୁବନେଶ୍ବର:ରାଜ୍ୟରେ କୋରୋନାର ବିସ୍ଫୋରଣ । ଦୈନିକ ସଂକ୍ରମଣ ଏବେ ଉପର ମୁହାଁ । ଦୈନିକ ସଂକ୍ରମଣ 10 ହଜାର ପାର କରିଥିବା ବେଳେ ଆଜି ଏହା 12 ହଜାର ପାର କରିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 12ହଜାର 235 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର 30ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ 2073 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ 1828 ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ 916, କଳାହାଣ୍ଡିରୁ 580, ସମ୍ବଲପୁରରୁ 544, ଅନୁଗୁଳରୁ 480, ବାଲେଶ୍ବରରୁ 437, ବରଗଡରୁ 475, ଭଦ୍ରକରୁ 381, ପୁରୀରୁ 369, ଝାରସୁଗୁଡାରୁ 306, ଯାଜପୁରରୁ 318, ଗଞ୍ଜାମରୁ 312, ନୂଆପଡାରୁ 290, ନବରଙ୍ଗପୁରରୁ 282, ବଲାଙ୍ଗୀରରୁ 260, ମୟୂରଭଞ୍ଜରୁ 257, ସୋନପୁରରୁ 159,ଜଗତସିଂହପୁରରୁ 168, ବୌଦ୍ଧରୁ 128, ଢେଙ୍କାନାଳରୁ 142, କେନ୍ଦ୍ରାପଡା 192, କେନ୍ଦୁଝରରୁ 179, କୋରାପୁଟରୁ 130, ରାୟଗଡାରୁ 201, ନୟାଗଡରୁ 194, ମାଲକାନଗିରିରୁ 60, ଗଜପତିରୁ 91, କନ୍ଧମାଳରୁ 69, ଦେବଗଡରୁ 60, ଏବଂ ଷ୍ଟେଟ ପୁଲରୁ 357 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details