ଓଡିଶା

odisha

ETV Bharat / city

ରାଜ୍ୟରେ ଆଜି 1219 କୋରୋନା ଆକ୍ରାନ୍ତ ଚିହ୍ନଟ

ଦିନକରେ 30ଟି ଜିଲ୍ଲାରୁ 1219 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ 708 ଚିହ୍ନଟ ହୋଇଥିବାବେଳେ 511 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 302793ରେ ପହଞ୍ଚିଛି ।

ରାଜ୍ୟରେ ଆଉ 1219 କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଆଉ 1219 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Nov 9, 2020, 12:08 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ । ଦିନକରେ 30ଟି ଜିଲ୍ଲାରୁ 1219 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ 708 ଚିହ୍ନଟ ହୋଇଥିବାବେଳେ 511 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 302793ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ 92 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ 106, ଅନୁଗୋଳ 7, ବାଲେଶ୍ବରରେ 107, ବରଗଡରେ 39, ଭଦ୍ରକରେ 22, ବଲାଙ୍ଗୀରରେ 46, ବୌଦ୍ଧରେ 5, ଢେଙ୍କାନାଳରେ 30, ଗଞ୍ଜାମରେ 15, ଗଜପତିରେ 9, ଦେଓଗଡରେ 9, ଜଗତସିଂହପୁରରେ 53, ଯାଜପୁରରେ 32, ଝରସୁଗୁଡ଼ାରେ 36, କଳାହାଣ୍ଡିରେ 38, କନ୍ଧମାଳରେ 10, କେନ୍ଦ୍ରାପଡାରେ 50, କେନ୍ଦୁଝରରେ 40, କୋରାପୁଟରେ 28, ମାଲକାନଗିରିରେ 5 , ମୟୂରଭଞ୍ଜରେ 83, ନବରଙ୍ଗପୁରରେ 13, ନୟାଗଡରେ 23 , ନୂଆପଡାରେ 31, ପୁରୀରେ 34, ରାୟଗଡାରେ 7, ସମ୍ବଲପୁରରେ 32, ସୋନପୁରରେ 20, ସୁନ୍ଦରଗଡରେ 107, ଷ୍ଟେଟ ପୁଲରୁ 19 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ ରାଜ୍ୟରେ 302793 ପଜିଟିଭ ଚିହ୍ନଟ ହୋଇଥିବାବେଳେ , ସୁସ୍ଥ ହେଇଛନ୍ତି 288168 ଜଣ ଓ ସକ୍ରିୟ ମାମଲା ରହିଛି 13131 । ତେବେ ରାଜ୍ୟରେ ଏବେ ସୁଦ୍ଧା ମୋଟ 4984550 ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details