ଭୁବନେଶ୍ବର: ଶେଷ ହୋଇଛି ପୁରୀରେ ଚାଲିଥିବା ବିଜେପିର 3 ଦିନିଆ ପ୍ରଶିକ୍ଷଣ ଶିବିର । ପୁନର୍ବାର 120+ ନାରା ଦେବା ସହ ଶାସନ ଗାଦି ଦଖଲ କରିବା ଲାଗି ଜୋର ଦେଇଛି ଦଳ । ଏନେଇ ପ୍ରତିକ୍ରିୟା ଦେଇଛି ବିଜେଡି ।
ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ବିଜେପି ବିରୋଧୀ ଦଳରେ ଅଛି । ସମସ୍ତେ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଛନ୍ତି । ଆମେ ସରକାରରେ ଅଛୁ, କାମ କରି ଲୋକଙ୍କ ନଜରରେ ଉତ୍ତୀର୍ଣ୍ଣ ହେବା । ତାଙ୍କ କଥା କେତେ କାର୍ଯ୍ୟକାରୀ ହୋଇପାରିବ, କେତେ ଦୂର ଜନ ସାଧାରଣ ଗ୍ରହଣ କରିବେ । ତାହା ସମୟ କହିବ ।