ଓଡିଶା

odisha

By

Published : Jun 16, 2020, 5:56 PM IST

ETV Bharat / city

ସୁସ୍ଥ ହେଲେ 120 ଆକ୍ରାନ୍ତ, ମୋଟ ସଂଖ୍ୟା 2974କୁ ବୃଦ୍ଧି

ରାଜ୍ୟରେ ସୁସ୍ଥ ହେଲେ ପୁଣି 120 କୋରୋନା ଆକ୍ରାନ୍ତ । ଏଥିସହ ମୋଟ ସୁସ୍ଥଙ୍କ ସଂଖ୍ୟା 2974କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

120 people have been cured in the state, bringing the total to 2,974
ରାଜ୍ୟରେ ସୁସ୍ଥ ହେଲେ 120 ଆକ୍ରାନ୍ତ, ମୋଟ ସଂଖ୍ୟା 2974କୁ ବୃଦ୍ଧି

ଭୁବନେଶ୍ବର: ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କୋରୋନା । ରାଜ୍ୟରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ଏଭଳି ସ୍ଥିତି ପ୍ରଶାସନ ଏବଂ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ହେଲେ ଆକ୍ରାନ୍ତଙ୍କ ସହ ସୁସ୍ଥ ହାର ବୃଦ୍ଧି ପାଇବା ଏକ ଆଶ୍ବସ୍ତିକର ଖବର । ଏହି କ୍ରମରେ ମଙ୍ଗଳବାର ରାଜ୍ୟରେ 120 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୁସ୍ଥ 120 ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର 19, କଟକର 15, ମୟୂରଭଞ୍ଜ ଓ ଖୋର୍ଦ୍ଧାର 11, ନୂଆପଡାର 9, ସୁନ୍ଦରଗଡର 7, କନ୍ଧମାଳର 6, ବଲାଙ୍ଗୀର ଏବଂ ନୟାଗଡର 5, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା ଓ ଝାରସୁଗୁଡାର 4, କେନ୍ଦୁଝର, ଗଞ୍ଜାମ ଓ ପୁରୀର 3, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟର 2 ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମାଲକାନଗିରିରେ ଜଣେ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 2974ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details