ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଲକ୍ଷ୍ମୀସାଗର ଥାନା ରିଫ୍ୟୁଜ କଲୋନିରେ ଗଣେଷ ପୂଜା ସାଜସଜା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ 12 ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ମୃତ ବାଳକର ନାମ ପୃଥିରାଜ ସ୍ବାଇଁ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ପୃଥିରାଜ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ଶନିବାର ଦିନ ଗଣେଷ ପୂଜା ପାଇଁ ସେ ନିଜ ବାପାଙ୍କୁ ଫୁଲ ଆଣିବାକୁ କହିଥିଲେ । ପରେ ସେ ନିଜେ ପୂଜା ପାଇଁ ସାଜସଜା କରିବା ସହ ବିଦ୍ୟୁତ ବ୍ୟବସ୍ଥା କରୁଥିଲେ । ସେହି ସମୟରେ ହଠାତ୍ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଚେତ୍ ହୋଇପଡିଥିଲେ । ଅଚେତ୍ ଅବସ୍ଥାରେ ତାଙ୍କୁ ମେଡିକାଲ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।