ଓଡିଶା

odisha

ETV Bharat / city

ଶେଷ ହେଲା କ୍ୟାବିନେଟ ବୈଠକ, 12 ପ୍ରସ୍ତାବ ଉପରେ ବାଜିଲା ମୋହର - କ୍ୟାବିନେଟ ବୈଠକ

ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ 12ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି । ବିଧାନସଭାର ସତ୍ତ୍ରାବସାନ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି । ଏହାସହ ବସୁଦ୍ଧା ଯୋଜନାରେ ବରଗଡ ପାଇଁ 724 କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ହୋଇଛି।

12 proposals were approved in state cabinet meeting headed by cm navin pattnaik
ଶେଷ ହେଲା କ୍ୟାବିନେଟ ବୈଠକ, 12 ପ୍ରସ୍ତାବ ଉପରେ ବାଜିଲା ମୋହର

By

Published : Dec 9, 2020, 8:40 PM IST

Updated : Dec 9, 2020, 10:59 PM IST

ଭୁବନେଶ୍ବର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ 12ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି । ବିଧାନସଭାର ସତ୍ତ୍ରାବସାନ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି। ଏହାସହ ବସୁଦ୍ଧା ଯୋଜନାରେ ବରଗଡ ପାଇଁ 724 କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ହୋଇଛି। ଏହି ଯୋଜନାରେ ଦୁଇଟି ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରାଯିବ । ଏହି ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ବାରା ବରପାଲି, ଭେଡେନ, ଅଟ୍ଟାବିରା, ବିଜେପୁର, ଗାଇସେଲେଟ ସହ ବରଗଡ ବ୍ଲକର 515 ଟି ଗ୍ରାମ ଉପକୃତ ହେବେ।

ଶେଷ ହେଲା କ୍ୟାବିନେଟ ବୈଠକ, 12 ପ୍ରସ୍ତାବ ଉପରେ ବାଜିଲା ମୋହର

ବସୁଦ୍ଧା ଯୋଜନାରେ ଏହି ପ୍ରକଳ୍ପରେ ବରପାଲ୍ଲି ଓ ଭେଡେନ ବ୍ଲକ ପାଇଁ 215 କୋଟି 31 ଲକ୍ଷ ବ୍ୟୟ ମଞ୍ଜୁରୀ ହୋଇଛି । ବର୍ଷେ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ବାରା ଦୁଇ ବ୍ଲକର 166 ଟି ଗାଁ ପାନୀୟ ଜଳ ପାଇ ପାରିବେ । ଏହାସହ ଅଟ୍ଟାବିରା, ବିଜେପୁର, ଗାଇସେଲେଟ ସହ ବରଗଡ ବ୍ଲକ ପାଇଁ 508 କୋଟି 75 ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁରୀ ହୋଇଛି । ଏହି ପ୍ରକଳ୍ପ ଦ୍ବାରା 349 ଗାଁ ପାନୀୟ ଜଳ ପାଇ ପାରିବେ ।

ଶେଷ ହେଲା କ୍ୟାବିନେଟ ବୈଠକ, 12 ପ୍ରସ୍ତାବ ଉପରେ ବାଜିଲା ମୋହର

ଏହାସହ କୋରାପୁଟ, ଫୁଲବାଣୀରେ ନୂଆ ମେଡିକାଲ କଲେଜ ଆରମ୍ଭ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଫୁଲବାଣୀରେ ହେବ ୧୦୦ ସିଟର ବିଶିଷ୍ଟ ନୂଆ ମେଡିକାଲ କଲେଜ ଆରମ୍ଭ ହେବାକୁ ଥିବା ବେଳେ କୋରାପୁଟରେ ହେବ ୬୫୦ ସିଟର ମେଡିକାଲ କଲେଜ ଆରମ୍ଭ କରାଯିବ।

ଏହଛଡ଼ା ଚାଷୀ ଆନ୍ଦୋଳନ ପରିସ୍ଥିତିରେ ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟ ସର୍ବସମ୍ମତ କ୍ରମେ ଏମ ଏସ କମିଟିର ସୁପାରିଶ କାର୍ଯ୍ୟ କରିବା ତଥା ଏମସପି କୁ ଦେଢଗୁଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ରାଜ୍ୟ ସରକାର କୃଷି ନୀତି ୨୦୨୦ ସମୃଦ୍ଧି ଘୋଷଣା କରିଛନ୍ତି । ସହକାରୀ କୃଷି ଅଧିକାରୀ ନିଯୁକ୍ତି ନିମନ୍ତେ କୃଷିରେ ସ୍ନାତକ ଡିଗ୍ରୀ ସର୍ବନିମ୍ନ ଯୋଗ୍ୟତା ରଖାଯାଇଛି। ଏହାସହ ଉଦ୍ୟାନ କୃଷିରେ ଡିଗ୍ରୀ ହାସଲ କରିଥିବା ପାର୍ଥୀମାନେ ମଧ୍ୟ ଏହି ନିଯୁକ୍ତି ପାଇଁ ଆବେଦନ କରି ପାରିବେ।

ଶେଷ ହେଲା କ୍ୟାବିନେଟ ବୈଠକ, 12 ପ୍ରସ୍ତାବ ଉପରେ ବାଜିଲା ମୋହର

ଏସବୁକୁ ବାଦ ଦେଲେ ଓଡିଶା ରାଜ୍ୟ ବୈଦୁତିକ ବୋର୍ଡ ସମ୍ପତିର ମୁଲ୍ୟ ନିର୍ଦ୍ଧାରଣ ପାଇଁ ବଣ୍ଡ ଓ ଅର୍ଜିତ ସୁଦ୍ଧ କୁ ଅଂଶଧନରେ ରୂପାନ୍ତରିତ ପାଇଁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହା ଓପିଟିସିଏଲରେ ସରକାରଙ୍କ ଇପ୍ସିଟ ପୁଞ୍ଜି ବିନିଯୋଗ ବୃଦ୍ଧି କରିବ। ଏହାଦ୍ବାରା ଓପିଟିସିଏଲରେ ର ସୁଧ ଭାର କମିବ। ଏମଏସ ସ୍ବାମୀ ନାଥନ କମିଟିର ସୁପାରିଶ ଲାଗୁ ହେଉ ବୋଲି କହିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 9, 2020, 10:59 PM IST

ABOUT THE AUTHOR

...view details