ଭୁବନେଶ୍ବର: ପୁଣି ମୁଣ୍ଡ ନେଲା କୋରୋନା । ଗତ 24 ଘଣ୍ଟାରେ 12 ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଆଜକୁ ମିଶାଇ କୋରୋନା ମୃତକଙ୍କ ସଂଖ୍ୟା 1364ରେ ପହଞ୍ଚିଛି ।
ମାଲକାନଗିରିର ଜଣେ 65 ବର୍ଷୀୟ ମହିଳାଙ୍କର କୋରୋନାରେ ମୃତ୍ୟୁ ହୋଇଛି । ସେହିପରି ମାଲକାନଗିରିର 40 ବର୍ଷୀୟ ମହିଳା ଓ 60 ବର୍ଷର ପୁରୁଷଙ୍କର ମଧ୍ୟ ଜୀବନ ନେଇଛି କୋରୋନା । କୋରୋନା ବ୍ୟତୀତ ସେ ମଧୁମେହ ଓ ରକ୍ତଚାପ ରୋଗରେ ମଧ୍ୟ ପୀଡିତ ଥିଲେ ।