ଭୁବନେଶ୍ବର: ଆଜି ପୁଣି 12 କୋରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କୋରୋନା । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1284ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ନବରଙ୍ଗପୁରରୁ 60 ବର୍ଷର ପୁରୁଷ, ଭୁବନେଶ୍ବରରୁ 59 ବର୍ଷର ପୁରୁଷ, ପୁରୀରୁ 80 ବର୍ଷର ପୁରୁଷ, ସୁନ୍ଦରଗଡରୁ 80 ବର୍ଷର ପୁରୁଷ,ଝାରସୁଗୁଡାରୁ 70 ବର୍ଷର ମହିଳା ଓ 58 ବର୍ଷର ପୁରୁଷ, ଭୁବନେଶ୍ବରରୁ 77 ବର୍ଷର ପୁରୁଷ, ସମ୍ବଲପୁରରୁ 59 ବର୍ଷର ପୁରୁଷ, କଟକରୁ 35 ବର୍ଷର ପୁରୁଷ, ଗଞ୍ଜାମରୁ 63 ବର୍ଷର ପୁରୁଷ, ନୂଆପଡାରୁ 22 ବର୍ଷର ପୁରୁଷ ଓ 55 ବର୍ଷର ପୁରୁଷ କୋରୋନାରେ ମୃତ୍ୟୁ ହୋଇଛନ୍ତି ।