ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟ ଅବଧି ବୃଦ୍ଧି କରାଯାଇଛି । ଦିନକୁ 8 ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ। କୋରୋନା ପ୍ରଭାବରେ ରାଜ୍ୟରେ ଅନେକ ଶିଳ୍ପ ସଂସ୍ଥା ଓ ଘରୋଇ କମ୍ପାନୀ କ୍ଷତିରେ ପଡିଛି। କିପରି ଭାବରେ ଅର୍ଥନୀତି ବୃଦ୍ଧି ଘଟିବ ସେନେଇ ସରକାର ନିଷ୍ପତି ନେଇଛନ୍ତି।
ଦିନକୁ 4 ଘଣ୍ଟା ଅଧିକ କାମ କରିବେ କର୍ମଚାରୀ। ଦିନକୁ 8 ଘଣ୍ଟା ବଦଳରେ 12 ଘଣ୍ଟା କାମ କରିବେ। 4 ଘଣ୍ଟା କାମର ଅର୍ଥ ମଧ୍ୟ ପାଇବେ। ରାଜ୍ୟରେ ଦିନକୁ 8 ଘଣ୍ଟା ପରିଶ୍ରମ ତଥା ସପ୍ତାହକୁ 48 ଘଣ୍ଟା ପରିଶ୍ରମ କରିବାର ନିୟମ ଥିଲା। କିନ୍ତୁ କୋରୋନା ପ୍ରଭାବରେ 12 ଘଣ୍ଟା କାମ କରିବାକୁ କୁହାଯାଇଛି। ସପ୍ତାହକୁ 72 ଘଣ୍ଟା କରାଯାଇଛି। ଏହି 4 ଘଣ୍ଟା କାମ କରୁଥିବା କର୍ମଚାରୀଙ୍କୁ ଓଭର ଟାଇମ ପେମେଣ୍ଟ କରାଯିବ। ସପ୍ତାହରେ ମୋଟ 24 ଘଣ୍ଟାର ଓଭର ଟାଇମ ଦିଆଯିବ।
6 ଘଣ୍ଟାର 2 ସିପ୍ଟ ମଧ୍ୟରେ ଅଧ ଘଣ୍ଟାର ବିରତି ମିଳିବ । ସେହିପରି ମହିଳାମାନେ ରାତି 7 ରୁ ସକାଳ 6ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ସେପଟେ କେଉଁ ସ୍ଥାନରେ ଅଫିସ୍ ଖୋଲାଯିବ ଓ କେଉଁ ସ୍ଥାନରେ ଅଫିସ୍ ଖୋଲାଯିବ ନାହିଁ ସେନେଇ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏହାକୁ ନେଇ 4 ଟି ବିଭାଗରେ ବିଭକ୍ତ କରାଯାଇଛି।
1. କଣ୍ଟେନମେଣ୍ଟ ଜୋନ
ଏଥିରେ କୌଣସି ଅଫିସ ଖୋଲିପାରିବ ନାହିଁ। ସବୁ ନିୟମକୁ କଡାକଡି କରାଯାଇଛି। ଗାଡି ନେଇପାରିବେ ନାହିଁ।