ଭୁବନେଶ୍ୱର: ରାଜଧାନୀରେ ବ୍ୟାପିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି(ରବିବାର) 118ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସଂଗରୋଧ କେନ୍ଦ୍ରରୁ 69 ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 49 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ 125 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ସଂଗରୋଧ କେନ୍ଦ୍ରରେ 69 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 7 ଜଣ ହେଉଛନ୍ତି ଏକ ଘରୋଇ ହସ୍ପିଟାଲର କର୍ମଚାରୀ, 2 ଜଣ ଭୋଇ ନଗର ଅଞ୍ଚଳର, ସାଳିଆ ସାହିରୁ 2, ସେହିପରି 2 ଜଣ ଚନ୍ଦ୍ରଶେଖରପୁରର, 5 ପଳାସପଲ୍ଲୀ, 2 ନିୟୁ ଫରେଷ୍ଟ ପାର୍କ, 2 ଜଣ ଆଇଗିଣିଆ, 3 ଜଣ ପୋଲିସ କର୍ମଚାରୀ, ମାଆ ତାରିଣୀ ବସ୍ତିରୁ 2, ପାଣ୍ଡରାରୁ 3, ଜାଗମରାରୁ 4, ବରଗଡରୁ 2, ସେହିପରି ଭାବରେ ଲକ୍ଷ୍ମୀସାଗର, ପଳାଶୁଣି, ରସୁଲଗଡ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।